ବେଦାନ୍ତ ଆଲୁମିନା ସମ୍ମୁଖରେ ପୋଲିସର ଲାଠି ମାଡରେ ଆନ୍ଦୋଳନକାରୀ ଶ୍ରମିକ ମୃତ

ଲାଞ୍ଜିଗଡ,୧୮/୩: ବେଦାନ୍ତ ଆଲୁମିନା ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସର ଲାଠି ଚାର୍ଜରେ ଜଣେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ଯୋଗ୍ୟ, କଳାହାଣ୍ଡି ଜିଲ୍ଲା  ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନାରେ ସ୍ଥାନୀୟ ଯୁବକଙ୍କୁ ଚାକିରି ଦେବା ଦାବି ନେଇ ଶ୍ରମିକ ମାନେ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନକାରୀ ଶ୍ରମିକ ମାନେ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ । ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ବଳ ପ୍ରୟୋଗ କରି ହଟାଉଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଓ ଶ୍ରମିକ ଧସ୍ତାଧସ୍ତି ହୋଇଥିଲେ ।

Omkar Vasthu
Omkar Vasthu

ପୋଲିସର ଲାଠି ପ୍ରହାରରେ ଜଣେ ଶ୍ରମିକଙ୍କ ମୁତ୍ୟୁ ଯୋଗୁଁ ଏଠାରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ୩୦ଜଣରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ପରିସ୍ଥିତି ଅସମ୍ଭାଳ ହେବାରୁ କମ୍ପାନୀ ଅଗରେ ପୋଲିସ ୧୪୪ଧରା ଜାରି କରିଛି ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ ପ୍ରତିନିଧି ନିଲେସ କୁମାର ନାଗଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.