ଭବାନୀପାଟଣାରେ କେନ୍ଦ୍ର ସାହିତ୍ୟ ଅକାଦେମୀର ‘ମୁଲାକାତ୍’ କାର୍ଯ୍ୟକ୍ରମ

କଳାହାଣ୍ଡି,୧୮/୩: ଭବାନୀପାଟଣା ସ୍ଥିତ ବଚପନ୍ ସ୍କୁଲ୍ ସମ୍ମିଳନୀ କକ୍ଷରେ କେନ୍ଦ୍ର ସାହିତ୍ୟ ଅକାଦେମୀ ପକ୍ଷରୁ ସାହିତ୍ୟିକ ସମାବେଶ ‘ମୁଲାକାତ୍’ ଆୟୋଜିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଯୁବ ଲେଖକମାନେ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ ।

Udyog Nursery
Udyogi Nursery

ଯାଦବେନ୍ଦ୍ର ସାହା ଓ ଲିଜାଲିନ୍ ବିଶ୍ୱାଳ ସ୍ୱରଚିତ କବିତା ପାଠ କରିଥିବା ବେଳେ କୌତୁକ ପନ୍ଦର, ଲିପ୍ସା ପଟେଲ ଓ ସୁରେଶ୍ୱରୀ ବାଘ ସ୍ୱରଚିତ ଗଳ୍ପ ପାଠ କରିଥିଲେ ।

ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦର ସମ୍ପାଦକ ବିରଂଚି ନାରାୟଣ ମୁଣ୍ଡ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ କଳାହାଣ୍ଡି ଯୁବ ଲେଖକ ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ଆୟୋଜନରେ ଜୟଦ୍ରଥ ସୁନା, ବିଶ୍ୱରଞ୍ଜନ ପଣ୍ଡା, ଅର୍ଜୁନ ଗୋପାଳ, ଡିଲେଶ୍ୱର ରଣା, ଦକ୍ଷ ସାହୁ, ଯୁଧିଷ୍ଠିର ମୁଦୁଲି, ଦୀପ୍ତିମୟୀ ସିଂ, କାଜଲ ମହାରଣା, ସାବିତ୍ରୀ ମହାରଣା, ଚିନ୍ମୟୀ ଖୁଣ୍ଟିଆ, ସଞ୍ଜୀବ ପଣ୍ଡା, ମନୋଜ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

ପ୍ରଥମଥର ପାଇଁ କଳାହାଣ୍ଡିରେ ଅକାଦେମୀ କାର୍ଯ୍ୟକ୍ରମ ହେଉଥିବାରୁ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Subscribe us on Youtube👇
http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.