ବିଜେଡି ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ନୂଆପଡା ରୁ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ରୁ ଲମ୍ବୋଦର ନିଆଲ ଲଢିବେ ନିର୍ବାଚନ

ନୂଆପଡା,୧୮/୨ (ମହେନ୍ଦ୍ର କୁମାର ବାଗ) : ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ ଟି ଲୋକସଭା ସହ ଏହା ଅଧୀନ ରେ ଆସୁଥିବା ୫୪ ଟି ବିଧାନସଭା ପାଇଁ ଦଳିୟ ପ୍ରାର୍ଥି ତାଳିକା ପ୍ରକାଶ ପାଇଛି । ନବୀନ ନିବାସ ଠାରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ନୂଆପଡା ଜିଲ୍ଲା ରେ ଖରିଆର ବିଧାନସଭା ପାଇଁ ବିଶେଷଜ୍ଞ ସଦସ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ତଥା ନୂଆପଡା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଓ ନୂଆପଡା ବିଧାନସଭା ଆସନ ପାଇଁ ନୂଆପଡା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି ।

ଉଭୟ ଶ୍ରୀଯୁକ୍ତ ଢୋଲକିଆ ଓ ଶ୍ରୀଯୁକ୍ତ ନିଆଲ ପାଞ୍ଚ ବର୍ଷ ମଧ୍ୟରେ ଦଳିୟ ସଂଗଠନକୁ ମଜଭୂତ କରିପାରିଛନ୍ତି । ତୃଣମୂଳ ସ୍ତରରେ ବିଜେଡିର ବିକାଶନ୍ବକ୍ଷୀ ଯୋଜନା ସମୂହରେ ସାଧାରଣ ଜନତା କିପରି ଉପକୃତ ହୋଇପାରିବେ ସେଥିପାଇଁ ଦୁଇଜଣ ଜାକ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟକରି ଆସୁଛନ୍ତି । ଏହାସହ ଜନସଂପର୍କ କ୍ଷେତ୍ରରେ ମଧ୍ୟ ସେମାନେ ଆଗୁଆ ରହିଥିବା ସୂଚନା ମିଳିଛି।

ବିଜେଡି ସୁପ୍ରିମୋ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ଶ୍ରୀଯୁକ୍ତ ଢୋଲକିଆ ଏବଂ ଶ୍ରୀଯୁକ୍ତ ନିଆଲ ଙ୍କ ସମର୍ଥକ ତଥା ସର୍ବ ସାଧାରଣରେ ଖୁସି ଲହରୀ ଖେଳିଯାଇଛି । ଉଭୟ ବିଧାୟକ ପ୍ରାର୍ଥୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନୀୟକ ତଥା ଜିଲ୍ଲାବାସିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।  ବିଜୟୀ ହୋଇ ଶଙ୍ଖ ନାଦରେ ନୂଆପଡା ଜିଲ୍ଲାର ସର୍ବସାଧାରଣଙ୍କ କାମ କରିବୁ ବୋଲି ଶ୍ରୀଯୁକ୍ତ ଢୋଲକିଆ ଓ ଶ୍ରୀଯୁକ୍ତ ନିଆଲ ପ୍ରକାଶ କରିଛନ୍ତି ।

Khariar Road, Ward no 3 ।। OB

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.