ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଲାଞ୍ଜିଗଡ଼ ବ୍ଲକ ରୋଗୀ କଲ୍ୟାଣ ସମିତିର ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି ବିଜେପିର ଯୁବନେତା ମଧୁସୂଦନ ବାଗ। ଶ୍ରୀଯୁକ୍ତ ବାଗ ବିଜେପି ପାଇଁ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ବେଳେ ତାଙ୍କ ଉପରେ ଭରସାକରି କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀଯୁକ୍ତ ପଣ୍ଡା ତାଙ୍କୁ ଲାଞ୍ଜିଗଡ଼ ବ୍ଲକ ରୋଗୀ କଲ୍ୟାଣ ସମିତିର ପ୍ରତିନିଧି ଭାବେ ନିଯୁକ୍ତି କରିଛନ୍ତି। ତାଙ୍କ ନିଯୁକ୍ତି ପରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ବିଜେପି ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ରୋଗୀ କଲ୍ୟାଣ ସମିତି ଦ୍ଵାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ସ୍ବତନ୍ତ୍ର ଦୃଷ୍ଟି ଦେବେ ଏବଂ ସାଂସଦଙ୍କ ନିର୍ଦେଶ ଅନୁଯାୟୀ କାମ କରିବେ ବୋଲି ଶ୍ରୀଯୁକ୍ତ ବାଗ ପ୍ରକାଶ କରିଛନ୍ତି।