ରେବିଙ୍ଗିଆ ପଞ୍ଚାୟତରେ କେନ୍ଦ୍ରିୟ ସ୍ବତନ୍ତ୍ର ଗ୍ରାମସଭା 

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରେବିଙ୍ଗିଆ ପଞ୍ଚାୟତ ସଭାଗୃହରେ କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପଞ୍ଚାୟତର ୧୩ଟି ଓ୍ବାର୍ଡର ସଭ୍ୟ/ସଭ୍ୟା ସହ ପଞ୍ଚାୟତ ପିଇଓ ଗାଁ ସାଥି ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ନନ୍ଦିନୀ ପ୍ରଧାନ ଓ ପଞ୍ଚାୟତ ସରପଞ୍ଚ ରଞ୍ଜୁଲତା ମଲ୍ଲିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ଓ୍ବାର୍ଡରେ ଥିବା ପାଣି, ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟର ସମସ୍ୟା ଉପରେ ଆଲୋଚନା ସହ କିଭଳି ଏହାର ସମାଧାନ ଶିଘ୍ର ହୋଇପାରିବ ସେନେଇ ଖସଡା ପ୍ରସ୍ତୁତି କରାଯାଇଥିବା ବେଳେ ବିଭିନ୍ନ ଅଧିକାରୀଙ୍କୁ ଏ ସମ୍ପର୍କ ରେ ଅବଗତ କରାଇ ଶିଘ୍ର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦ ଅଧକ୍ଷା ପ୍ରତିଶୃତି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.