ନାଗଝରୀ ଗ୍ରାମରେ ଜନଶୁଣାଣୀ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଉର୍ଲାଦାନୀ ଗ୍ରାମ ପଞ୍ଚାୟତର ୭ନମ୍ବର ୱାର୍ଡ ନାଗଝରୀ ଗ୍ରାମ ଠାରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉର୍ଲାଦାନୀ ସରପଞ୍ଚ ସୁପ୍ରିୟା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ ଆଦିବାସୀ ନେତା ଧନସିଂ ମାଝୀ, ସେବଜଗତ କର୍ମୀ ଯୁଗୀ ରାମ ମାଝୀ, ହରଲଙ୍ଗା ଗାଁ ସାଥୀ ତ୍ରିଲୋକ୍ୟ ଧଙ୍ଗଡାମାଝୀ ତଥା ୱାର୍ଡ ସଭ୍ୟମାନେ ଯୋଗଦାନ କରିଥିଲେ। ନାଗଝରୀ ୱାର୍ଡ ସଭ୍ୟ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଖଲିଆମୁଣ୍ଡା ଗାଁ ସାଥୀ ଜୋସେଫ ମାଝୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଗାଁର ସବୁ ପ୍ରକାର ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ସରପଞ୍ଚ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା।ନାଗଝରୀ ଗାଁ ସାଥୀ ଦିଲ୍ଲୀପ ଲାଲ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.