ପୁରୁଣା ପେନସନ୍ ଦାବି ନେଇ ଗୋଲାମୁଣ୍ଡା କାର୍ଯ୍ୟକାରୀ ଶିକ୍ଷକ ସଂଘ ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ପେନସନ ହେଉଛି ଅବସର ଜୀବନର ଭରସା, ବାର୍ଦ୍ଧକ୍ୟର ଲଉଡି, ଅପରାହ୍ନର ଛାଇ । ପ୍ରଚଳିତ ବ୍ୟବସ୍ଥାରେ ପେନସନର ନିଶ୍ଚିତତା ନଥିବାରୁ ଅନେକ କର୍ମଚାରୀ ଅବସର ପାଇ ଦୁଃଖ ଭୋଗୁଥିବା ନଜରକୁ ଆସିଛି, ପଡୋଶୀ ଛତିଶଗଡ, ଝାରଖଣ୍ଡ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କଲାପରେ ଓଡିଶାରେ ବି ପୁରୁଣା ପେନସନ ପାଇବା ପାଇଁ ନୂତନ ପେନସନ ଭୋଗୀ କର୍ମଚାରୀଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧିଲାଣି। ଏହି ପରିପ୍ରେକ୍ଷୀରେ ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଗୋଳାମୁଣ୍ଡା ବ୍ଲକର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ରୁପରେଖ ପ୍ରସ୍ତୁତି କରିବା ସହ ସମସ୍ତ ବିଭାଗର କର୍ମଚାରୀଙ୍କ ଏକତ୍ର କରି ଏନ୍.ଏମ୍.ଓ.ପି.ଏସ୍ ସଂଘ ଗଠନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବ୍ଳକ ଉଚ୍ଚ ବିଦ୍ୟାଳୟରେ କର୍ମରତ ଶିକ୍ଷକ ସଂଘ ଗଠନ କରାଯାଇ ସଭାପତି ଭାବରେ ରୁକ୍ଷଦେବ ମାଝୀ, ଉପ ସଭାପତି ହିତେଶ ନାଏକ, ଧିରେନ୍ଦ୍ର ସାହୁ ନିର୍ମଳ ସାହୁ ସଂପାଦକ ସୁଦାମ ନେଗୀ, ସହ ସଂପାଦକ ସନନ୍ତ ନାଏକ, ବିକ୍ରମ ମାଝୀ ଓ କୋଷାଧ୍ୟକ୍ଷ ଭାବରେ ବିରେଶ ପଟେଲଙ୍କୁ ମନୋନୀତ କରାଯାଇଛି। ଅରୁଣ କୁମାର ରାଉତ କନଭେନର ଭାବରେ ବୈଠକଟିକୁ ପରିଚାଳନା କରିବା ସହିତ ନିଳାମ୍ବର ବିଶି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଗୋବର୍ଦ୍ଧନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.