କେସିଙ୍ଗା ନଗର ଓ ବ୍ଲକ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଗାନ୍ଧୀ ପରିବାରକୁ ଇଡି ର ସମନ୍ ଓ ରାହୁଲ ଗାନ୍ଧିଙ୍କ ଜେରାକୁ ବିରୋଧ କରି ଏବେ ସାରା ଦେଶରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି। ରାଜନୈତିକ ଆକ୍ରୋଶରେ କେନ୍ଦ୍ର ସରକାର ଇଡି କୁ ଗାନ୍ଧୀ ପରିବାର ପଛରେ ଲଗାଇଥିବା ଅଭିଯୋଗ କରି କେସିଙ୍ଗା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ କେସିଙ୍ଗା ନଗର କଂଗ୍ରେସ ସାଧାରଣ ସମ୍ପାଦକ ଟିକେମନ ଦୀପ ନେତୃତ୍ୱ ନେଇ ନଗର ଓ ବ୍ଲକ କଂଗ୍ରେସ କର୍ମୀ ମାଧ୍ୟମରେ ସ୍ଥାନୀୟ ରାଜୀବ ଗାନ୍ଧି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ଦୟା ସାଗର ସାହା, ବିଜୟ ଦୀପ, ରାଜ କୁମାର ସରାଫ, ସୂର୍ଯ୍ୟ ଦାସ, କେସିଙ୍ଗା ଯୁବ କଂଗ୍ରେସ ସଭାପତି ରୋହିତ ଜୈନ, ରାହାସ ସାହୁ, ବରୁଣ ସାହୁ, ଲଳିତ ସେନାପତି, ଆଶିଷ ସାହା, ବିପିନ ଭୋଇ, ମୁକୁ ବାରିକ୍, ଦେବାନନ୍ଦ ସରାଫ, ପୁରୁନ୍ଦ୍ଦର କୁମାର ଓ ଅନେକ କଂଗ୍ରେସ କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିଲେ। କେସିଙ୍ଗା କଂଗ୍ରେସ ଭବନରୁ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ବାହାରି ରାଜୀବ ଛକ ପର୍ଯ୍ୟନ୍ତ ବିଭିନ୍ନ କେନ୍ଦ୍ର ସରକାର ବିରୋଧୀ ନାରା ବାଜି ସହ ପ୍ରଧାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.