ବାଲିଗୁଡାର ବିଭିନ୍ନ ଅନୁଷ୍ଠାନ ତରଫରୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଯୋଗ ହିଁ ନୀରୋଗ ରହିବାର ଏକ ମାତ୍ର ଆଧାର ଏଣୁ ଆସନ୍ତୁ ସମସ୍ତେ ଯୋଗ ପ୍ରାଣାୟାମ କରି ସୁସ୍ଥ ସମାଜ ଗଠନ କରିବା, ଯୋଗ କର ନିରୋଗ ରୁହ । ରୋଗ ମୁକ୍ତ ଜୀବନ ପାଇଁ ଯୋଗଯୁକ୍ତ ଜୀବନ ଏକାନ୍ତ ଆବଶ୍ୟକ ବୋଲି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମତପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି ।

Omkar Vasthu
Omkar Vasthu


ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ବନବାସୀ ସେବା ସମିତି, ଶିକ୍ଷା ନିକେତନ, ବିଜେପି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ଵବିଦ୍ୟାଳୟ ଆଶ୍ରମ, ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ବରିଷ୍ଠ ସ୍ବାସ୍ଥ୍ୟ ଯତ୍ନ ସଙ୍ଗଠନ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଯୋଗ ଦିବସରେ ସାମିଲ ହୋଇ ସର୍ବାଙ୍ଗ ସୁନ୍ଦର ଜୀବନ ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହା ଛଡ଼ା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଓଲମ୍ଵ ବିଲିମ୍ଵ ସହିତ ଅନ୍ୟାନ୍ୟ ଯୋଗ ବିଦ୍ୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଭଳି ନିୟମିତ ଉପସ୍ଥିତ ରହି ସମସ୍ତଙ୍କ ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି ଅନୁଷ୍ଠାନ ଗୁଡିକରେ ମତ ପ୍ରକାଶ ପାଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.