ସିନ୍ଧି ପଂଚାୟତ ଆସୋସିଏସନ୍ ପକ୍ଷରୁ ନୂଆ ବର୍ଷ ଓ ଝୁଲେଲାଲ୍ ଜୟନ୍ତି ପାଳିତ

ରାୟଗଡ,୭/୪ (ଶିବ ନାରାୟଣ ଗୌଡ) :

Omkar Vasthu
Omkar Vasthu

ଭାଇଚାରା ଓ ବିବିଧ ସଂସ୍କୃତିର ସହର ରାୟଗଡରେ ବର୍ଷ ତମାମ ବିଭିନ୍ନ ସଂପ୍ରଦାୟ ପକ୍ଷରୁ ବିଭିନ୍ନ ପର୍ବ ପର୍ବାଣୀ, ଲୋକ ଅନୁଷ୍ଠାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇ ସହରର ଗାରିମାକୁ ମର୍ଯ୍ୟଦାବନ୍ତ କରିବା ସହ ସାରା ଓଡିଶା ତଥା ପଡୋଷୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ରାୟଗଡ । ସେହି କ୍ରମରେ ଶନିବାର ଏଠାରେ ବସବାସ କରୁଥିବା ସିନ୍ଧି ସଂପ୍ରଦାୟ ତରଫରୁ ଏକ ବାର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା ନବ ବର୍ଷ ପାଳନ ଓ ଝୁଲେଲାଲ୍ ଜୟନ୍ତୀ । ଉତ୍ସବ ମୂଖର ହୋଇ ଉଠିଥିଲା ରାୟଗଡ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରାୟଗଡ ସହରରେ ରହୁଥିବା ସିନ୍ଧି ସଂପ୍ରଦାୟର ସିନ୍ଧି ପଂଚାୟତ ଆସୋସିଏସନ ପକ୍ଷରୁ  ସ୍ଥାନୀୟ ନ୍ୟିୁ କଲୋନୀରେ ଥିବା ସିନ୍ଧି ଭବନ ଠାରେ ନୂଆ ବର୍ଷ ସହ ଝୁଲେଲାଲ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ସିନ୍ଧି ଭବନ ଠାରୁ ପିଏଚଡି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା । ସେହିପରି ସିନ୍ଧି ଭବନ ଠାରେ ସମସ୍ତ ସିନ୍ଧି ସଂପ୍ରଦାୟ ଲୋକେ ଉପସ୍ଥିତ ରହି ନୂଆ ବର୍ଷ ପାଇଁ ଉଭୟ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ପୂଜାର୍ଚ୍ଚନା କରାଯାଇଥିବା ନେଇ ଆସୋସିଏସନର ସଭାପତି ରମେଶ ଗୋଲାନୀ, ସଂପାଦକ ଇନ୍ଦର ଦାସ ପ୍ରମୁଖ ସୂଚନା ଦେଇଛନ୍ତି ।

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.