ସୋସିଆଲ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ଆନୂକୂଲ୍ୟରେ ରକ୍ତଦାନ ସଚେତନତା ରେଲି

କେସିଙ୍ଗା,୮/୪ : ଜିଲ୍ଲାର ସୁପରିଚିତ ସ୍ବଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ଆନୂକୂଲ୍ୟରେ ଆଜି କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ତୂର୍ଲାଖମନ ଗ୍ରାମରେ ରକ୍ତ ଦାନକୁ ନେଇ ଏକ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ସ୍କୁଲ୍ ଛାତ୍ର ଛାତ୍ରୀ, ଶିକ୍ଷକ ବୃନ୍ଦ ତଥା ଗ୍ରାମବାସୀ ଅଂଶଗ୍ରହଣ କରି ସଫଳ କରିଥିଲେ । ଏହା ସହିତ ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ସଂଗଠନ ତରଫରୁ ପ୍ରଚାର ପତ୍ରିକା ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ଏହି ଗ୍ରାମରେ ଏକ ରକ୍ତ ଦାନ ଶିବିର ଆୟୋଜନ କରିବାକୁ ଉକ୍ତ ସଂଗଠନକୁ ଗ୍ରାମବାସୀମାନେ ପ୍ରସ୍ତାବ ଦେଇଛନ୍ତି ।

ରକ୍ତଦାନ ଏକ ମହତ ଦାନ । ଏହାଦ୍ବାରା ଆମେ କେବଳଯେ ଜଣେ ରୋଗୀର ଜୀବନ ବଞ୍ଚାଇପାରିବା ତାହାନୁହଁ ଏହାସହ ଏକ ପରିବାରରେ ଖୁସିର ଲହଡି ସୃଷ୍ଟି କରିପାରିବା । ରକ୍ତବିନା ଶହ ଶହ ରୋଗୀ ଅକାଳରେ ମୃତ୍ୟୁ ମୂଖରେ ପଡୁଥିବାବେଳେ ସୋସିଆଲ୍ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର ସଚେତନତା ଧର୍ମୀ ବାର୍ତ୍ତା ପାଇଁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।

କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.