ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟ ଚିହ୍ନଟ

ଓଡ଼ିଆ ବାର୍ତ୍ତା/ ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାକୁ ଫେରିଥିବା ଅନ୍ୟ ଜଣେ ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ କରୋନା ଟିହ୍ନଟ ହୋଇଛି। ଯେଉଁ BF.7 ଭାରିଆଣ୍ଟ ପାଇଁ ଚୀନ ଏବେ ଦହଗଞ୍ଜ ହେଉଛି ସେହି ଭାରିଆଣ୍ଟ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଚିହ୍ନଟ ହୋଇଛି। ତିନି ଦିନ ତଳେ ସେହି ବ୍ଯକ୍ତି ଚୀନ୍ରୁ ଫେରିଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁଜରାଟର ଭାବନଗରରେ ଚିହ୍ନଟ ହୋଇଛନ୍ତି। ଆଗ୍ରାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏ. କେ. ଶ୍ରୀବାସ୍ତବ କହିଛନ୍ତି ଯେ ଡିସେମ୍ବର ୨୩ରେ ଚୀନ୍ରୁ ଫେରିଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଲକ୍ଷଣ ନ ଥିବା ବ୍ୟକ୍ତି ଜଣକ ଆଗ୍ରାସ୍ଥିତ ନିଜ ଘରେ ଆଇସୋଲେଶନରେ ଅଛନ୍ତି। ତାଙ୍କ ନମୁନାକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି।

Omkar Vasthu
Omkar Vasthu

ସଂମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଚୀନ ଓ ଅନ୍ୟ କେତେକ ଦେଶରେ କୋଭିଡ୍ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏପରି ସଂକ୍ରମଣ ବୃଦ୍ଧି ଓମିକ୍ରନ୍ର BF.7 ସବଭାରିଆଣ୍ଟ ଦ୍ୱାରା ହୋଇଥିବା କୁହାଯାଉଛି। ତେଣୁ ଜିନୋମ୍ ସିକ୍ୱେନ୍ସିଂର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଶନିବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡରୁ ଭାରତରେ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ ହେବ। ସେହିପରି ଦେଶର ସମସ୍ତ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିମାନରେ ୨% ଯାତ୍ରୀଙ୍କ ରେଣ୍ଡମ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.