ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ, ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡକ୍ଟର ମୋନାଲିସା ଶତପଥୀ ଓ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ, ସୋମବାରୁ ପଧାନ ଓ ଯେମନ୍ତ ପଧାନ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡ଼ା ଉତ୍ସବକୁ ସରୋଜ କୁମାର ପରିଡ଼ା ଓ ନବୀନ କୁମାର ନାଏକ ପରିଚାଳନା କରିଥିଲେ। ଏଥିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦୌଡ଼, ଲମ୍ବାଡ଼ିଆଁ, ସର୍ଟଫୁଟ, ଜାଭଳିନ ଥ୍ରୋ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।