ଟୋକୀ ପର୍ବର ମଧ୍ୟବର୍ତ୍ତୀ କାଳୀନ ପାଟ ପୂଜା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଦିବାସୀ ପରମ୍ପରା ରେ ଟୋକୀ ପର୍ବ ଏକ ନିଆଁରା ପର୍ବ। ପୂର୍ବରୁ ଆଦିବାସୀ କନ୍ଧ ସଂପ୍ରଦାୟରେ ଏହି ପର୍ବକୁ ପାଳନ ନିମନ୍ତେ ଯାନୀ ପୁଝାରୀ ମାନେ ଧରଣୀ ଦେବୀକୁ ଶାନ୍ତି କରିବାରେ ନିଜ ଟୋକୀ (ଝିଅ )କୁ ବଳି ଦେଉଥିଲେ। ଧୀରେ ଧୀରେ ଆଧୁନିକତାର ସ୍ପର୍ଶରେ ପୂଜା ବିଧିକୁ ବଜାୟ ରଖି ବର୍ତମାନ ଟୋକୀ ବଦଳରେ ଗଡ଼ରାକୁ ବଳି ଦେଉଛନ୍ତି। ବିଶ୍ୱାସ ଅଛି କି ଏହି ଟୋକୀ ପର୍ବରେ ଧରଣୀ ଦେବୀକୁ ଶାନ୍ତ କଲେ ଚାଷ ଭଲ ଅମଳ ହେବା ସହ ଗ୍ରାମବାସୀ ସୁଖରେ ଜୀବନ ଯାପନ କରିଥାନ୍ତି। ଏହି ପରମ୍ପରାକୁ ବଜାୟ ରଖି ଆସନ୍ତା ଜାନୁଆରୀ ୧ ତାରିଖ ପୌଷ ଦଶମୀ ରବିବାର ଦିନ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗାଁରେ ଟୋକୀ ପର୍ବ ଅନୁଷ୍ଠିତ ହେବ। ଏହି ପର୍ବର ପୂର୍ବ ପ୍ରସ୍ତୁତି ଓ ମଧ୍ୟ ବର୍ତ୍ତୀ କାଳୀନ ପୂଜା ସମାପିତ ହୋଇଛି। ଗ୍ରାମରେ ଥିବା ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆବାହନ ଓ ଭୋଗ ନୈବେଦ୍ୟ ଦେଇ ପୂଜାର୍ଚନା କରାଯାଇଛି। ଗ୍ରାମ୍ୟ ଦେବା ଦେବୀ ପୂଜକ ବଳଦେବ ପୁଝାରୀ, ଯାନୀ ନୀଳନ ଦିଶାରୀ, ଗୁରୁମା ଡ଼ୁମେନ ଦେଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜା କମିଟିର ସଭାପତି ବିଭୁତି ଭୂଷଣ ପଣ୍ଡା, ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, ପର୍ଯ୍ୟବେକ୍ଷକ ଭାଗବତ କଟା, ସମେତ ଗ୍ରାମ ବାସୀ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.