ଚିନ୍ତାମଣି ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଉମରକୋଟକୁ ହରାଇ ସେମିରେ ମାଟିଗାଁ ଦଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ହାଇସ୍କୁଲ ଖେଳ ପଡ଼ିଆଠାରେ ସୋମବାର ଚିନ୍ତାମଣି ସରାବୁ ସ୍ମାରକୀ ଆନ୍ତଃଜିଲ୍ଲା ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। କାଉଡୋଲା ଫୁଟବଲ କ୍ଳବ ଆନୁକୂଲ୍ୟରେ ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ପ୍ରଥମେ ଅତିଥି ମାନେ ସ୍ବର୍ଗତ ଚିନ୍ତାମଣି ସରାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆତ୍ମାର ସଦଗଦି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଉଦଘାଟନୀ ଉତ୍ସବରେ ଅତିଥିଭାବେ କାଉଡୋଲା ସମିତି ସଭ୍ୟା ବୈଦେହୀ ବେଶ୍ରା, ନାଏବ ସରପଞ୍ଚ ଜୟନ୍ତୀ ବେଶ୍ରା, ପୂର୍ବତନ ସରପଞ୍ଚ ଜମ୍ବୁବତୀ ସାହୁ, ୱାର୍ଡ଼ସଭ୍ୟ ଦୁର ମାଝୀ, କ୍ଷିରସିନ୍ଧୁ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ବାଲେଶ୍ଵର ବେଶ୍ରା, ନିର୍ମଲ ପୂର୍ଣ୍ଣଚନ୍ଦ୍ର ନାଏକ, ତ୍ରିନାଥ ସରାବୁ ପ୍ରମୂଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଦଘାଟନୀ ମ୍ୟାଚ୍ ଟି ନବରଙ୍ଗପୁର ଜିଲ୍ଲା ଉମରକୋଟ ୧୧ ଷ୍ଟାର ଓ କଳାହାଣ୍ଡି ୧୧ ଷ୍ଟାର ମାଟିଗାଁ ଦଳ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ୍ ପ୍ରଦର୍ଶନ ହୋଇଥିଲା। ଏଥିରେ ଉମରକୋଟ ୧୧ ଷ୍ଟାର କୁ ୪/୦ ଗୋଲରେ ହରାଇ କଳାହାଣ୍ଡି ୧୧ ଷ୍ଟାର ମାଟିଗାଁ ଦଳ ସେମିକୁ ପ୍ରବେଶ କରିଛନ୍ତି। ଖେଳକୁ ପିଇଟି ଅମିତ୍ ମହାନ୍ତି, ତାପସ ଦାସ ଓ ଭୁପେନ୍ଦ୍ର ଗୋପାଳ ପରିଚାଳନା କରିଥିଲେ। ମାନସ ରଞ୍ଜନ ସରାବୁ ଓ ତୋଫାନ ନାଏକ ଖେଳର ଧାରାବିବରଣି ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ପିଙ୍କୁ ସାହୁ, ମନୋରଞ୍ଜନ ସରାବୁ, ମିତ୍ରଭାନୁ ଭଞ୍ଜ, ଅମିତ୍ ସାହୁ, ଭିକାରୀ ଚରଣ ମାଝୀ, ବସନ୍ତ ସରାବୁ, ଚକ୍ରଧର ବେଶ୍ରା, ଚିତ୍ତରଞ୍ଜନ ସରାବୁ, ଅଶୋକ ପୁଝାରୀ, ଇପୁନ ଖାନସମା, କାମାକ୍ଷ ଭଞ୍ଜ, ପୂର୍ଣ୍ଣଚନ୍ଦ୍ର ସରାବୁ, ହରେ ସରାବୁ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.