ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ କ୍ରୀଡା -୨୦୨୩

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସହଯୋଗରେ ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରୀଡା-୨୦୨୩ ଉତଯାପିତ ହୋଇଯାଇଛି। ତିନିଦିନ ବ୍ୟାପି ଆୟୋଜିତ ଉକ୍ତ କ୍ରୀଡ଼ା ଉତ୍ସବରେ ଫୁଟବଲ, ଭଲିବଲ ଓ ଆଥଲେଟିକ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ଦିନର ଆଥଲେଟିକରେ ୧୦୦ ମିଟର ରନ, ଲମ୍ବଡିଆଁ, ସଟଫୁଟ ଏବଂ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮ଟି ଭଳିବଲ ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ କେସିଙ୍ଗା ଓ ବନ୍ଧପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବନ୍ଧପଡା ଦଳ ବିଜୟୀ ହୋଇଥିବା ବେଳେ କେସିଙ୍ଗା ଦଳ ଉପବିଜେତା ହୋଇଥିଲେ। ବେଷ୍ଟ ପ୍ଲେୟର ଶିବୁ ପ୍ରଧାନ ଏବଂ ବେଷ୍ଟ ସେଟର ଭାବେ ଶିବା ନାୟକ ପୁରସ୍କୃତ ହୋଇଥିଲେ।

Omkar Vasthu
Omkar Vasthu


ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଟୁର୍ଣ୍ଣାମେଣ୍ଟକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ଓଡିଶା ମୋ ପରିବାର’ ସଂଯୋଜକ ପ୍ରଦୀପ ଦାସ, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦ୍ୱିତୀୟା ବନଛୋର , ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ନର୍ଲା ଜୋନ୍ ୨ ଜିଲା ପରିଷଦ ହରିଶଙ୍କର ମାଝୀ, ପଞ୍ଚାଯତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ପ୍ରମୁଖ ଉପସ୍ଥିତି ଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି କ୍ରୀଡ଼ା ଉପରେ ଉଦବୋଧନ ଦେଇଥିଲେ ଏବଂ ବିଜେତା ଟିମ ତଥା ଉପବିଯେତା ଟିମକୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଭଳିବଲ ପ୍ରତିଯୋଗିତାର ମ୍ୟାଚ ଲୋକେଶ କୁମାର ଭୋଇ, ଉମାକାନ୍ତ ଭୋଇ, ଅଜିତ ନାୟକ, ବିପିନ ପ୍ରଧାନ ପରିଚାଳନା କରିଥିଲେ। ପରିଶେଷରେ ପୂର୍ବତନ ଜାତୀୟ ସ୍ତରୀୟ ଖେଳାଳି ରାଜେନ୍ଦ୍ର ପ୍ରସାଦ ବଢ଼େଇଙ୍କୁ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଉପଦେଷ୍ଟ କମିଟିର ସମସ୍ତ ସଦସ୍ୟ, ସଭାପତି ଦୁର୍ବାଦଳ ଭୋଇ , ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ସୁକଦେବ ସାହୁ, ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ବେଚ୍ଛାସେବୀ ନବୀନ ସାହୁ, ଅଭିଷେକ ବେହେରା, ପୂର୍ବତନ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ ପ୍ରମୁଖ କ୍ରୀଡ଼ା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.