ନବ ଦାସଙ୍କ ବିୟୋଗରେ ନର୍ଲା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ଶୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନବ ଦାସ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରେ ଗୁଳି ମାଡ଼ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ନବ ଦାସ। ତାଙ୍କର ମୃତ୍ୟୁ ଖବର ଶୁଣି ଗଭୀର ଭାବେ ମର୍ମାହତ ହୋଇଛନ୍ତି ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ତଥା ନର୍ଲା ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀ। ନବ ଦାସଙ୍କ ବିୟୋଗ ସାରା ରାଜ୍ୟ ପାଇଁ ଏକ ଅପୁରଣୀୟ କ୍ଷତି। ତାଙ୍କ ସହ ବିତାଇଥିବା ସ୍ମରଣୀୟ ମୂହୁର୍ତ୍ତ ସବୁକୁ ମନେପକାଇବା ସହ ଏଭଳି ଦୁଃଖଦ ସ୍ଥିତିରେ ଦିବଙ୍ଗତ ନବ ଦାସଙ୍କ ଶୋକ ସନ୍ତପ୍ତ ପରିବାର, ଆତ୍ମୀୟ ସ୍ୱଜନ ଓ ଶୁଭେଛୁଙ୍କୁ ସମବେଦନା ଜଣାଇ  ପୁଣ୍ୟ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଶ୍ରୀ ମାଝୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.