ବକ୍ସ ଅଫିସରେ ଧମାଲ୍‌ କଲା ଫିଲ୍ମ ପଠାନ୍‌, ୫ ଦିନରେ ୫୦୦ କୋଟି ପାର୍‌

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଶାହରୁଖାନଙ୍କ ଦମ୍‌ଦାର ରିଟର୍ଣ୍ଣ  । ବକ୍ସ ଅଫିସରେ କିଙ୍ଗଖାନ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ୪ ବର୍ଷ ପରେ କିଙ୍ଗଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି । ଜାନୁଆରୀ ୨୫ରେ, ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ‘ପଠାନ’ର ବକ୍ସ ଅଫିସ ସଂଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜାନୁଆରୀ ୩୦ ସୁଧା ଗ୍ଲୋବାଲ ବକ୍ସ ଅଫିସ୍ରେ ୫୦୦ କୋଟି ଛୁଇଁଛି। ବର୍ତ୍ତମାନ ପଠାନ୍‌ ଫିଲ୍ମର କ୍ରେଜ୍‌ ସବୁଠି ଦେଖିବାକୁ ମିଳିଛି  । ଏହି ଫିଲ୍ମର ୫ମ ଦିନରେ ବକ୍ସ ଅଫିସ୍‌ ଆକଳନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି  । ରିଲିଜ ହେବାର ପଞ୍ଚମ ଦିନରେ ୫୦୦ କୋଟି ପାର୍‌ କରିଛି ଏହି ଫିଲ୍ମ  ।  ତେବେ ଇନଷ୍ଟା ବଲିଉଡ ନିଜ ପେଜ୍‌ରେ ଶାରୁଖ୍‌ଙ୍କ ଫଟୋ ପୋଷ୍ଟ କରି ୫ ଦିନରେ ୫୦୦ କୋଟି ପାର୍‌ କରିଥିବା ସୂଚନା ଦେଇଛନ୍ତି  । ଏଥିସହ ଅନେକ ଗଣମାଧ୍ୟମ ଦାବି କରିଛନ୍ତି ଯେ ଶାହରୁଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପଠାନ୍‌’  ୫ ଦିନରେ ୫୦୦ କୋଟି ପାର୍‌ କରିଛି ।  ଯାହା ବଲିଉଡ ଜଗତରେ ରେକର୍ଡ ସୃଷ୍ଟି କରିଛି  । ଏହି ଫିଲ୍କ ଶୁକ୍ରବାର ଜାନୁଆରୀ ୨୭ରେ ଫିଲ୍ମ ଭାରତରେ ୧୬୬ କୋଟି ଆୟ କରିଥିବା ବେଳେ ସାରା ବିଶ୍ୱରେ ୩୧୬ କୋଟି ଆୟ କରିଥିଲା। ତେବେ ପୂର୍ବ ଆକଳନ ଅନୁଯାୟୀ, ‘ପଠାନ୍‌’ ଫିଲ୍ମ ବିଦେଶରେ ୬ ମିଲିୟନ ଆମେରିକୀୟ ଡଲାର(୪୯)ରୁ ଅଧିକ ଆୟ କରିବା ଆଶା କରାଯାଉଥିଲା। ଏହି ହିସାବକୁ ଦେଖିଲେ ବିଶ୍ୱ ସ୍ତରରେ ଫିଲ୍ମର ଆୟ ୪୨୦ କୋଟିରୁ ଅଧିକ ହେଉଛି। ୪ ଦିନ ଭିତରେ ଭାରତରେ ସିନେମା ୨୦୦ କୋଟି ଆୟ କରିବାରେ ସଫଳ ହୋଇଥିଲା  । ସେପଟେ ଭାରତରେ ଟପିଲା ୨୦୦ କୋଟି  । ଏହି ଫିଲ୍ମ ଶୋ ଦେଖିବା ପାଇଁ ଦିଲ୍ମୀ ଓ ମୁମ୍ବାଇରେ ହାଉସ୍‌ ଫୁଲ୍‌ ହେଉଛି  । ଫିଲ୍ମ ରିଲିଜ୍‌ ପୂର୍ବରୁ ଫିଲ୍ମର ଗୀତ ‘ବେସରମ ରଙ୍ଗ ଏବଂ ଝୁମେ ଜୋ ପଠାନ’ ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ଆକର୍ଷିତ କରିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.