ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଶାହରୁଖାନଙ୍କ ଦମ୍ଦାର ରିଟର୍ଣ୍ଣ । ବକ୍ସ ଅଫିସରେ କିଙ୍ଗଖାନ୍ଙ୍କ ଅଭିନୀତ ଫିଲ୍ମ ପଠାନ୍ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ୪ ବର୍ଷ ପରେ କିଙ୍ଗଖାନ୍ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି । ଜାନୁଆରୀ ୨୫ରେ, ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ‘ପଠାନ’ର ବକ୍ସ ଅଫିସ ସଂଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜାନୁଆରୀ ୩୦ ସୁଧା ଗ୍ଲୋବାଲ ବକ୍ସ ଅଫିସ୍ରେ ୫୦୦ କୋଟି ଛୁଇଁଛି। ବର୍ତ୍ତମାନ ପଠାନ୍ ଫିଲ୍ମର କ୍ରେଜ୍ ସବୁଠି ଦେଖିବାକୁ ମିଳିଛି । ଏହି ଫିଲ୍ମର ୫ମ ଦିନରେ ବକ୍ସ ଅଫିସ୍ ଆକଳନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ରିଲିଜ ହେବାର ପଞ୍ଚମ ଦିନରେ ୫୦୦ କୋଟି ପାର୍ କରିଛି ଏହି ଫିଲ୍ମ । ତେବେ ଇନଷ୍ଟା ବଲିଉଡ ନିଜ ପେଜ୍ରେ ଶାରୁଖ୍ଙ୍କ ଫଟୋ ପୋଷ୍ଟ କରି ୫ ଦିନରେ ୫୦୦ କୋଟି ପାର୍ କରିଥିବା ସୂଚନା ଦେଇଛନ୍ତି । ଏଥିସହ ଅନେକ ଗଣମାଧ୍ୟମ ଦାବି କରିଛନ୍ତି ଯେ ଶାହରୁଖାନ୍ଙ୍କ ଅଭିନୀତ ଫିଲ୍ମ ‘ପଠାନ୍’ ୫ ଦିନରେ ୫୦୦ କୋଟି ପାର୍ କରିଛି । ଯାହା ବଲିଉଡ ଜଗତରେ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍କ ଶୁକ୍ରବାର ଜାନୁଆରୀ ୨୭ରେ ଫିଲ୍ମ ଭାରତରେ ୧୬୬ କୋଟି ଆୟ କରିଥିବା ବେଳେ ସାରା ବିଶ୍ୱରେ ୩୧୬ କୋଟି ଆୟ କରିଥିଲା। ତେବେ ପୂର୍ବ ଆକଳନ ଅନୁଯାୟୀ, ‘ପଠାନ୍’ ଫିଲ୍ମ ବିଦେଶରେ ୬ ମିଲିୟନ ଆମେରିକୀୟ ଡଲାର(୪୯)ରୁ ଅଧିକ ଆୟ କରିବା ଆଶା କରାଯାଉଥିଲା। ଏହି ହିସାବକୁ ଦେଖିଲେ ବିଶ୍ୱ ସ୍ତରରେ ଫିଲ୍ମର ଆୟ ୪୨୦ କୋଟିରୁ ଅଧିକ ହେଉଛି। ୪ ଦିନ ଭିତରେ ଭାରତରେ ସିନେମା ୨୦୦ କୋଟି ଆୟ କରିବାରେ ସଫଳ ହୋଇଥିଲା । ସେପଟେ ଭାରତରେ ଟପିଲା ୨୦୦ କୋଟି । ଏହି ଫିଲ୍ମ ଶୋ ଦେଖିବା ପାଇଁ ଦିଲ୍ମୀ ଓ ମୁମ୍ବାଇରେ ହାଉସ୍ ଫୁଲ୍ ହେଉଛି । ଫିଲ୍ମ ରିଲିଜ୍ ପୂର୍ବରୁ ଫିଲ୍ମର ଗୀତ ‘ବେସରମ ରଙ୍ଗ ଏବଂ ଝୁମେ ଜୋ ପଠାନ’ ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ଆକର୍ଷିତ କରିଥିଲା।