କର୍ଲାମୁଣ୍ଡାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିବେକସେନାର ଦାବି

ତହସିଲଦାରଙ୍କୁ ପ୍ରଦାନ କରାଗଲା ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକରେ ବହୁଦିନ ଧରି ବସଷ୍ଟାଣ୍ଡ ନଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ପକ୍ଷରୁ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ହୋଇଛି। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କ ନେତୃତ୍ବରେ ଆଜି କର୍ଲାମୁଣ୍ଡା ତହସିଲଦାର ମିଲନ କୁମାର ଝାଙ୍କରଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିବେକସେନାର ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ପାତ୍ର, ବ୍ଲକ ସଭାପତି ଧରଣୀ ସାହୁ, ବ୍ଲକ ସମ୍ପାଦକ ଦଶରଥ ସାହୁ, ବରିଷ୍ଠ ସଦସ୍ୟ ବାବୃବାହାନ ରଣା, ସୁଶାନ୍ତ ନାଏକ, ପିଣ୍ଟୁ ବଗର୍ତ୍ତି ଓ ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଶିଘ୍ର ବସଷ୍ଟାଣ୍ଡ ତିଆରି ପାଇଁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ତହସିଲଦାର ଏହି ବିଷୟକୁ ଗୁରୁତ୍ୱ ନେବା ସହ ବହୁତ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.