ପାଣି ପଞ୍ଚାୟତ ସଚେତନତା ରଥକୁ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ଚାଷ ଜମିରେ ଜଳର ଉତ୍ତମ ବିନିଯୋଗ ସଫଳ ଚାଷୀଙ୍କ ଆଦର୍ଶର ପରିଚୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ଜଳ ସେଚନ ବିଭାଗ ରାୟଗଡା ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅତିରକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଥିଲେ l ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘ ସ୍ଥାୟୀ କରିବା , ଜଳର ଉତ୍ତମ ବିନିଯୋଗ,ଜଳ ସଂରକ୍ଷଣ,ଜଳର ଗୁଣବତ୍ତା,ନୂତନ ଜ୍ଞାନ କୈାଶଳର ପ୍ରୟୋଗ,ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଣ,କେନାଲର ରକ୍ଷଣବେକ୍ଷଣ,ଅଳ୍ପ ପାଣିରେ ଅଧିକ ଚାଷ କରିବା ଆଦି ବିଷୟରେ ସଚେତନ କରାଇବା ଏହି ପାଣି ପଞ୍ଚାୟତ ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗୀୟ ନୋଡାଲ ଅଧିକାରୀ ଶାନ୍ତୁନୁ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି । ରାୟଗଡା ଜିଲ୍ଲାରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ୯୪ ଗୋଟି ପାଣି ପଂଚାୟତ ଗଠନ ହୋଇଥିବା ବେଳେ ଏଥିରୁ ୮୭ଟି କାର୍ଯ୍ୟକ୍ଷମ ଏବଂ ୭ଟି ଗଠନ ପ୍ରକ୍ରିୟାକରଣରେ ରହିଥିବା ଜଣାପଡିଛି । ଆଜିଠାରୁ ଏହି ସଚେତନ ରଥ ବାହାରି ଆସନ୍ତା ଫେବୃଆରୀ ୭ତାରିଖ ପଯ୍ୟନ୍ତ ଜିଲ୍ଲାର ୧୧ଗୋଟି ପଞ୍ଚାୟତ ସମିତିରେ ଥିବା ସମସ୍ତ କ୍ଷୁଦ୍ର ଜଳଚେନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳ ପ୍ରକଳ୍ପ ଅଂଚଳରେ ପରିକ୍ରମା କରି ଚାଷୀ ଓ ପାଣି ପଂଚାୟତର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ୮ ତାରିଖରେ ରାୟଗଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩ ପାଳନ ସମାରୋହରେ ପକ୍ଷକୁ ଉଦଯାପିତ କରାଯିବ । ଏହି ରଥ ପରିକ୍ରମା ସମୟରେ ବିଭିନ୍ନ ପ୍ରକଳ୍ପରେ ଥିବା ପାଣି ପଞ୍ଚାୟତର କର୍ମକର୍ତା ତଥା ଚାଷୀ ଉପସ୍ଥିତ ରହି ପାଣି ପଞ୍ଚାୟତ ଯୋଜନାକୁ ସୁଦୃଢ କରିବା ପାଇଁ ସଚେତନତା ସୃଷ୍ଟି କରିବ ବୋଲି ନୋଡାଲ ଅଧିକାରୀ ତଥା ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଜନ, ରାୟଗଡା ଶାନ୍ତୁନୁ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଳ ବିଭାଜିକା ମିଶନ ନିର୍ଦ୍ଦେଶକ ଦୟାନିଧି ବାଗ,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.