‘ତମୋଗୁଣ ବୃଦ୍ଧି ହେଲେ ବିବେକଭ୍ରଂଶ, ଉଦ୍ୟମହୀନତା, ପ୍ରମାଦ ଓ ମୋହ ଜାତ ହୁଏ’

ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵରର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ପ୍ରଫୁଲ୍ଲ କୁମାର ଦାସଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରାପଡାରୁ ଶିଶୁକବି ସୁଶ୍ରୀ ଦିବ୍ୟାଂଶୀ ମହାନ୍ତି ଓମକାର ନାଦଧ୍ବନି, ବସୁମତୀ ଦାସ ସ୍ବାଗତ ସଂଗୀତରେ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଗୀତାଞ୍ଜଳି ପୃଷ୍ଟି ଅତିଥି ପରିଚୟ, ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ । ଚତୁର୍ଦ୍ଦଶ ଅଧ୍ୟାୟର ଦଶଟି ଶ୍ଲୋକ ଖୁବ ସୁନ୍ଦର ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ପ୍ରବୀଣ ପ୍ରଭୁ । ସେ ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ।

Omkar Vasthu
Omkar Vasthu

ଅଧ୍ୟାପକ ପ୍ରଦୀପ୍ତ ମିଶ୍ରଙ୍କର ଦିଗଦର୍ଶନରେ ନୀଳଗିରି ଡିଗ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ, ପ୍ରଥମେ ବସୁମତୀ ଦାସ ସ୍ବାଗତ ସଂଗୀତରେ ସମସ୍ତଙ୍କୁ ଅବିଭୂତ କରିଥିଲେ ଏବଂ ପରେ ବସୁମତୀ ଦାସ, ସୁଶ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ସୁଶ୍ରୀ ସାଇ ମଙ୍ଗଲ, ସୁଶ୍ରୀ ଲୋପାମୁଦ୍ରା ଜ୍ୟୋତି, ସୁଶ୍ରୀ ଶୁଭଶ୍ରୀ ବେହେରା, ସୁଶ୍ରୀ ଲୁବୁନା ରାଉତ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିଲେ ପ୍ରବିଣ ପ୍ରଭୁ ।

Pearl dental clinic
Near Ashish Medical Store, Bhawanipatna

ଚତୁର୍ଦ୍ଦଶ ଅଧ୍ୟାୟ :- ଗୁଣତ୍ରୟ ବିଭାଗ ଯୋଗରେ ହୋଇଥିବା ଆଲୋଚନାରେ ସର୍ବପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତ୍ରିଗୁଣ ସମ୍ପର୍କରେ ବୁଝାଇଥିବା କଥା ଆଲୋଚନା କରିଥିଲେ  । ଭଗବାନ କହିଲେ ହେ ଭରତବଂଶୀ ଦ୍ବିତିକୃଷ୍ଣ, ମଣିଷ ଶରୀରରେ ଥିବା ସକଳ ଇନ୍ଦ୍ରିୟ ମାନଙ୍କର ଜ୍ଞାନ ରୂପ ପ୍ରକାଶ ଘଟିଲେ ସତ୍ତ୍ଵ ଗୁଣ ବୃଦ୍ଧି ପାଏ । ସତ୍ତ୍ଵ ଗୁଣ ବୃଦ୍ଧିରେ ମଣିଷର ସତ୍ ଜ୍ଞାନ ଉଦୟ ହୁଏ ଏବଂ ସଦଗତି ପ୍ରାପ୍ତ ହୋଇଥାଏ । ଯଦି ଶରୀରରେ ଲୋଭ, ମୋହ, ଅଶାନ୍ତି, ସ୍ପୃହା ବୃଦ୍ଧିପାଏ ତେବେ ରଜୋଗୁଣ ଜାତ ହୁଏ । ତମୋଗୁଣ ବୃଦ୍ଧି ହେଲେ ବିବେକଭ୍ରଂଶ, ଉଦ୍ୟମହୀନତା, ପ୍ରମାଦ ଓ ମୋହ ଜାତ ହୁଏ । ପରମାତ୍ମାଙ୍କୁ ପ୍ରାପ୍ତି ପାଇଁ, ପରମାତ୍ମାଙ୍କ ଶରଣାଗତ ହୋଇ ଉର୍ଦ୍ଧକୁ ଯିବା ପାଇଁ ହେଲେ ଆମେ ତ୍ରିଗୁଣ ମୁକ୍ତ ହେବା ଆବଶ୍ୟକ। ଆଲୋଚନା ସମୟରେ ଓଡ଼ିଶାର ମୂର୍ଦ୍ଧନ୍ୟ ପଣ୍ଡିତ ପ୍ରଫୁଲ୍ଲ ଆଚାର୍ଯ୍ୟ (ଯାଜପୁର), ପଣ୍ଡିତ ଭାବଗ୍ରାହୀ ମିଶ୍ର(ଜଗତସିଂହପୁର), ପଣ୍ଡିତ ଚାଣ୍ଡାଳ ମିଶ୍ର (ବଲାଙ୍ଗୀର), ପଣ୍ଡିତ ନିରଞ୍ଜନ ସାହୁ ( ଭୁବନେଶ୍ୱର), ପଣ୍ଡିତ ଅନାଦି ଚରଣ ମାହାଳି, ପ୍ରବାଚିକା ସଂଯୁକ୍ତା ରାଉତ, ପଣ୍ଡିତ ଅନାଦି ଚରଣ ମାହାଳି, ପଣ୍ଡିତ ନିରଞ୍ଜନ ସାହୁ, ପଣ୍ଡିତ ଧନଞ୍ଜୟ ମିଶ୍ର ଆଦିଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲା । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୬ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ। ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.