ସୋନପୁର ମୁନସିପାଲଟିର ପୂର୍ବତନ ଉପ ନଗରପାଳ ଲଷ୍ମୀ ନାରାୟଣ ମେହେରଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୋନପୁର ମୁନସିପାଲଟିର ପୂର୍ବତନ ଉପ ନଗରପାଳ ତଥା ସ୍ୱଚ୍ଛ ଭାରତ ସଂଗଠନର ପ୍ରତିଷ୍ଠାତା ଲଷ୍ମୀନାରାୟଣ ମେହେରଙ୍କ ପରଲୋକ ଘଟିଛି। ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଡେପୁଟି କଲେକ୍ଟର ଈପସିତା ମିଶ୍ର, ପୂର୍ବତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପୂର୍ବତନ ପୌରାଧ୍ୟକ୍ଷ କଈରୁ ସ୍ୱାଇଁ, ବୀରମହାରାଜପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଯୁବ ନେତା ପ୍ରିୟବ୍ରତ ସାହୁ, କାଉନସିଲର ପିୟୁଷ ପଣ୍ଡା, ସ୍ୱଚ୍ଛ ଭାରତର ଅନ୍ୟତମ କର୍ମକର୍ତ୍ତା ସୟଦ ଅଲିମୁଲ ଇସଲାମ ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସ୍ୱଚ୍ଛ ଭାରତ ସୋନପୁର ମନମୁଣ୍ଡା, ରୋଟାରି କ୍ଲବ, ପଏଁରୀ, ଯୋଗାଳାୟ, ସୋନପୁର କଲେଜ ଏନସିସି, ରାମଧୁନ କ୍ଲବ, ରକ୍ତ ଦାତା ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ସ୍ବର୍ଗତ ମେହେରଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହରରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀ ମେହେରଙ୍କ ଶବକୁ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟକୁ ନିଆଯାଇ ଅନ୍ତିମ ସତ୍କାର କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.