କର୍ଲାମୁଣ୍ଡାର ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଗୁରୁବାର ରାତିରେ ହେବ ଫାଇନାଲ ଖେଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ପଡିଆରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ରାତ୍ରି କାଳୀନ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଆରମ୍ଭ ହୋଇଯାଇଛି। ପ୍ରଥମ ରାତିରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଜିଲ୍ଲାର ଆଠଟି ଦଳ ଭାଗ ନେଇଥିଲେ। ଉଦଘାଟନି ଟୁର୍ନାମେଣ୍ଟର ମଶାଲ ଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ସ୍ଥାନୀୟ ସରପଞ୍ଚ ସ୍ଵର୍ଣଲତା ସାହୁ ଓ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇଙ୍କ ଦ୍ୱାରା ଅଣାଯାଇଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ କୁସୁର୍ଲା ବନାମ ବିନ୍ଧାଣୀ ସହିତ ଆରମ୍ଭ ହୋଇଥିଲା। ଏହି ମ୍ୟାଚକୁ ପଶ୍ଚିମ ଓଡ଼ିଆ ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା , କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଟୁର୍ନାମେଣ୍ଟ ଆୟୋଜନ ସଭାପତି ବିଭୁତି ଭୋଇ, ସମ୍ପାଦକ ସୁଶାନ୍ତ ପଟେଲ, ରେଫରୀ ହୀରାମଣି ଭୋଇ, ଭାରତ ଷଡ଼ଙ୍ଗୀ, ମଧୁ ଦାସ, ବିଜୟ ପଟେଲ, ସ୍କୋର ଦାଇତ୍ୱ ଲିପୁ ସାହୁ, ଧାରବିବରଣୀ ଆକାଶ ସାହୁ, ହେମନ୍ତ ପଟେଲଙ୍କ ସମେତ ମା ସନ୍ତୋଷୀ ଟେଣ୍ଟ ହାଉସ କର୍ଲାମୁଣ୍ଡା ଲାଇଟ, ସାଉଣ୍ଡ ବ୍ୟବସ୍ଥାରେ ସହଯୋଗ କରିଥିଲେ। ତେବେ ୧୬ ଟି ଦଳକୁ ଆୟୋଜିତ ଏହି ମ୍ୟାଚରେ କୁସୁର୍ଲା ଦଳ ଫାଇନାଲରେ ପହଞ୍ଚିଥିବା ବେଳେ ଗୁରୁବାର ରାତିରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.