ଉମରକୋଟରେ କଂଗ୍ରେସ ଦଳ ପକ୍ଷରୁ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଉମରକୋଟ: ଉମରକୋଟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସନରାଜ ଗୋଣ୍ଡଙ୍କ ନେତୃତ୍ୱରେ କଂଗ୍ରେସର ଗୋଟିଏ ଗର୍ଜନ ସମାବେଶ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଦିବାସୀ ସେଲ ସଭାପତି ତଥା ପୂର୍ବତନ ବିଧାୟକ ଭୂଜବଳ ମାଝୀ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ଦ୍ବାରିକାନାଥ  ମହାପାତ୍ର, ପିସିସି ସଦସ୍ୟ କ୍ଷେମରାଜ ବାଘ, ପିସିସି ସଦସ୍ୟ ଶଙ୍କର ଦେଓ, ସୁନା ପାଢି, ରାଇଘର ବ୍ଳକ ସଭାପତି ସୁବଲନ ସାନ୍ତା, ଝରିଗାଁ ଵ୍ଳକ ସଭାପତି ତମ୍ବୁ ଦାସ ପନକା, କୋଷାଗୁମୁଡା ଵ୍ଳକ ସଭାପତି ଧର୍ମସି, ରାଜିବ ଗାନ୍ଧୀ ସେଵାସେଲ ଜିଲ୍ଲା ସଭାପତି  ଵାଵୁଲି ଵାଘ, ଉମରକୋଟ ଵ୍ଳକ ସଭାପତି କୃଷ୍ଣ ମାଝୀ, ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ କୋପୁର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଉମରକୋଟ ତହସିଲଦାର, ଉମରକୋଟ ବିଦ୍ୟୁତ ବିଭାଗ ଓ ଉମରକୋଟ ମେଡିକାଲରେ ୧୦ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ସମୁହ:- ୧ ଉମରକୋଟ ବ୍ଳକ ଓ ସହରରେ ତାସଙ୍ଗେ ସଙ୍ଗେ ରାଇଘରେ ଘରଡିହ ପଟାଦେଵା ସହିତ ଜଙ୍ଗଲ ଜମିରେ ପଟା ପ୍ରଦାନ, ୨- ରାଇଘର ଓ ଉମରକୋଟ ଵ୍ଳକରେ ଅତିସିଘ୍ର ସେଟେଲ ମେଣ୍ଟ ଘୋଷଣା କରିବା, ୩-ଉମରକୋଟ ସରକାରୀ ମେଡିକାଲରେ ରକ୍ତଭଣ୍ଡାର ଖୋଲିବା ସହିତ ପିଏଚଡି ମାନ୍ୟତା ଦେବା, ୪-ଉମରକୋ ବିଦ୍ୟୁତ ବିଭାଗରେ ହଜାର ହଜାର ଟଙ୍କା କରେନ୍ଟ ବିଲ ଆସିବା ଓ ଵାରମ୍ଵାର ଲାଇନକାଟ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା, ୫-ଉମକୋଟରେ ସବଡିଭିଜନାଲ୍ ଘୋଷଣା କରିବା, ୬-ନଵରଙ୍ଗପୁର ଜିଲ୍ଲାରେ ବେକାରୀ ଯୁବକ ଯୁବତୀମାନଙ୍କ ପାଇଁ ଜିଲ୍ଲା ଭିତିକ ନିଯୁକ୍ତି ପ୍ରଦାନ ପରି ଦାବି ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଉମରକୋଟ ନଗର କଂଗ୍ରେସ କମିଟିର ସଭାପତି ଟୁଲୁସାହୁ, ସାଧାରଣ ସଂପାଦକ ପର୍ଶୁରାମ ନାୟକ, ଉପସଭାପତି ଏସ୍ ବିଜୟ, ନଗର ଯୁଵ ସଭାପତି କୁନା ନାୟକ, କୁନାସାହୁ, ମହିଳା ସଭାନେତ୍ରୀ ପଙ୍କଜିନୀ ପଟନାୟକ, ସଂପାଦକ ସନ୍ତୁଳା ଦୁରିଆ, କୁମାରୀ ଦୟମନ୍ତୀ ଦିସାରି, ଉମରକୋଟ ବ୍ଳକ ସଂପାଦକ ଵିଶୁ ସାନ୍ତା, ଉମରକୋଟ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଅଜୟ ଚୈ।ହାନ,  ସମ୍ପାଦକ ବାବୁଲା ପଟନାୟକ, ଯୁଵନେତା ଅମୁଲ୍ୟ ପଟନାୟକ, ଅନଵାର୍ ଆଲାମ, ଇଶା ଲାଠିଆ, ଉସ୍ମାନ ଲାଠିଆ, ଅମିର ର୍ସାହା, ଗୈାତମ ପଟନାୟକ, କର୍ଣ୍ଣ ଦୁର୍ଗା, ଜଗନ୍ନାଥ ହରିଜନ, ମେଗ ହରିଜନ, ରାଜେଶ ହରିଜନ, ରାଶ୍ଚଚନ୍ଦ୍ରନାୟକ, ସୁରେନ୍ଦ୍ର ନାୟକ । ଏହି ଶୋଭାଯାତ୍ରା ପେଣ୍ଡାଣୀ ମନ୍ଦୀର ଠାରୁ ବାହାରି, ତହସିଲ ଅଫିସରେ, କରେଣ୍ଟ ଅଫିସ୍, ଓ ମେଡିକାଲରେ ଯାଇ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ୧୫ଦିନ ଭିତରେ ମେଡିକାଲରେ ରକ୍ତଭଣ୍ଡାର ନଖୋଲିଲେ କି କୈାଣସି ସୁବିଧା କରାନଗଲେ ମେଡିକାଲ ସାମ୍ନାରେ ଅନଶନରେ ଵସିଵୁ ଵୋଲି ଚେତାବନୀ ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.