ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜିତ ହେବ ସବ ଜୁନିୟର ଜାତୀୟ ଚାମ୍ପିୟନଶିପ

ଓଡ଼ିଆ ବାର୍ତ୍ତା/ ରାଉରକେଲା: ହକି ବିଶ୍ୱକପ ଓ ଏଫଆଇଏଚ ପ୍ରୋ ଲିଗର ସଫଳ ଆୟୋଜନ ପରେ ଏବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ୧୩ତମ ଜାତୀୟ ଜୁନିୟର ଚାମ୍ପିୟନଶିପ । ସର୍ବାଧିକ ଦର୍ଶକ ବସି ପାରୁଥିବା ଏହି ଷ୍ଟାଡିୟମରେ ସବ ଜୁନିୟର ମହିଳା (ମେ ୪ରୁ ୧୪) ଓ ପୁରୁଷ (ମେ ୧୮ରୁ ୨୮ )ଉଭୟ ବିଭାଗର ଜାତୀୟ ଚାମ୍ପିୟନଶିପ ଆୟୋଜିତ ହେବ । ଫ୍ଲଡ ଲାଇଟ୍ସରେ ଏହି ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଜୁନିୟର ବିଭାଗରେ ଶ୍ରେଷ୍ଠ ପ୍ରତିଭା ଚୟନ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଏହାର ସଭାପତି ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ସ୍ୱାଗତ କରିଛନ୍ତି । ହକି ପାଇଁ ଏହି ଷ୍ଟାଡିୟମ ବେଶ ଉପଯୋଗୀ ବୋଲି ସେ କହିଛନ୍ତି । ଯୁବ ଖେଳାଳିମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଓଡିଶାରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବା ଆମ ପାଇଁ ଗର୍ବର ବିଷୟ ବୋଲି କ୍ରୀଡା ଓ ଯୁବ ବ୍ୟପାର ବିଭାଗର ସେକ୍ରେଟାରୀ ଭିନିଲ କ୍ରିଷ୍ଣା କହିଛନ୍ତି । ବିଶ୍ୱସ୍ତରୀୟ ବ୍ୟବସ୍ଥା ମାଧ୍ୟମରେ ହକିକୁ ଶୀର୍ଷରେ ପଂହଚାଇବା ପାଇଁ ଆମ ଉଦ୍ୟମ ଜାରୀ ରହିବ । ସ୍କୁଲର ଛାତ୍ରମାନଙ୍କୁ ମାଗଣାରେ ମ୍ୟାଚ ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଏହା ମାଧ୍ୟମରେ ହକି ପ୍ରତି ରାଉରକେଲାର ଉତ୍ସାହ ପୁନର୍ବାର ପ୍ରମାଣିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.