ରୋଗ ଶଯ୍ୟାରେ ମୃତ୍ୟୁ ସହ ଯୁଝୁଛନ୍ତି ଏ.ଆଦିଗ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗତ କିଛି ଦିନ ତଳେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭିକାପଡ଼ା ଗ୍ରାମର ଅଟୋ ଚାଳକ ବାବୁଲା ସେଠି ଦୁଇଟି କିଡ୍ନୀ ଅଚଳ ହୋଇ ଅର୍ଥାଭାବରୁ ଘରେ ରୋଗୀଶଯ୍ୟାରେ ପଡି ଛଟପଟ ହେଉଥିବା ବେଳେ ଖଲ୍ଲିକୋଟ ବ୍ଲକ ମନାପାଲୀ ଗ୍ରାମର ଏ.ଆଦିଗ (୫୩) ଦିନମଜୁରିଆ ଦୁଇଟି କିଡ୍ନୀ, ହାର୍ଟ ଓ ଫୁସଫୁସ ହରାଇବାକୁ ବସିଲେଣି l ଆଦିଗ ମଜୁରୀ କରି ଘରର ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ଆହାର ଯୋଗାଇଥାନ୍ତି l ହଠାତ ଗତ ଏକ ମାସ ତଳେ ଆଦିଗ ଅସୁସ୍ଥ ଅନୁଭବ କରିବାରୁ ସମ୍ପର୍କୀୟ ମାନେ ବ୍ରହ୍ମପୁରର ଏକ ଘରୋଇ ହାସ୍ପାତାଳରେ ଚିକିତ୍ସ ପାଇଁ ଭର୍ତ୍ତି କରିଥିଲେ l ସେଠାରେ ବିଭିନ୍ନ ପରୀକ୍ଷା ଓ ନିରୀକ୍ଷା ପରେ ଆଦିଗଙ୍କ ଦୁଇଟି କିଡ୍ନୀ, ଫୁସଫୁସ ନଷ୍ଟ ହେବା ସହ ହାର୍ଟ ମଧ୍ୟ ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି ବୋଲି ଜଣାପଡିଥିଲା l ସାହି ପଡିସା ଓ ବନ୍ଧୁ ବର୍ଗଙ୍କ ସହାୟତାରେ ଦୀର୍ଘ ୨୫ ଦିନ ପରେ ଗତକାଲି ସଜ ଘରକୁ ଫେରିଥିଲେ l ଘରର ଏକମାତ୍ର ରୋଜଗାରିଆ ସ୍ୱାମୀର ଏଭଳି ଅବସ୍ଥା ଦେଖି ପତ୍ନୀ ଏ.ଦଣ୍ଡାସୀ ପାତ୍ର ଦୁଃଖରେ ଭାଙ୍ଗି ପଡିବା ସହ ପିଲାଙ୍କ ପେଟପାଟଣା ସାଙ୍ଗକୁ ସ୍ୱାମୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି l ବାପାଙ୍କ ଏଭଳି ଅବସ୍ଥା ଦେଖି ମାଟ୍ରିକ ପରୀକ୍ଷା ଦେଇ କଲେଜ ପାଠ ପଢିବା ପାଇଁ ମନ ସ୍ଥିର କରିଥିବ ଝିଅ ଗାୟତ୍ରୀ ପାତ୍ର ପାଠରେ ଡୋରି ବାନ୍ଧିଲେଣି l ତେଣୁ କୌଣସି ସରକାରୀ ସହାୟତା କିମ୍ବା କୌଣସି ସ୍ବେଛାସେବୀ ଅନୁଷ୍ଠାନର ସହାୟତା ପାଇଁ ପତ୍ନୀ ଦଣ୍ଡାସୀ କୋହ ଓ ଲୁହ ଭିଜା ଆଖିରେ ନିବେଦନ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.