ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ ବିଶ୍ୱ ରେଡକ୍ରସ ଅଭିଜାନର ପ୍ରତିଷ୍ଠାତା ହେନରୀ ଡୁନାଣ୍ଟଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ଡ଼ଃ ବବିଲତା ସରାଫ ,ରେଡକ୍ରସ କାଉସିଲର ଶ୍ରୀ ଏମ ଶ୍ରୀନିବାସ ଆଚାରୀ ,ଶ୍ରୀମତୀ କେ .ଭାରତୀ ଆଚାରୀ ଗଣିତ ଅଧ୍ୟାପିକା ପ୍ରମୁଖ୍ୟ ଅନ୍ୟମାନେ ଡୁନାଣ୍ଟଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ମଧ୍ୟ ବହୁସଂଖ୍ୟIରେ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ I “ଆମେ ଯାହା କରୁ ହୃଦୟରୁ କରୁ ” ଉକ୍ତ ବିଷୟବସ୍ତୁ ଉପରେ ଆଧାରିତ ଏହି ବର୍ଷ ବିଶ୍ୱ ରେଡକ୍ରସ I ମହାବିଦ୍ୟାଳୟର ଅଧ୍ୟକ୍ଷ ରେଡକ୍ରସ ସ୍ୱେଚ୍ଛାସେବୀଙ୍କୁ ନିଜର କର୍ମ ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ୱେଚ୍ଛାସେବୀଙ୍କୁ ସମାଜ ସେବାରେ ଜୀବନ ଉତ୍ସର୍ଗ କରିବାକୁ ପ୍ରେରିତ କରିଥିଲେ I କାର୍ଯ୍ୟକ୍ରମର ପରିଚାଳନା ରେଡକ୍ରସ କାଉସିଲର ଏମ ଶ୍ରୀନିବାସ ଆଚାରି କରିଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I