୧୧ ମାସ ପରେବି ଅଧାପନ୍ତରିଆରେ ରହିଛି କାମ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିୟମଗିରି ପାହାଡ଼ ପାଦ ଦେଶରେ ଥିବା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ବ୍ଳକ ପ୍ରଶାସନର ପୋଷ୍ୟ ଆଦିବାସୀ ଗାଁ ବୋଲି ସାରା ଜିଲ୍ଲାରେ ଚର୍ଚ୍ଚା ହେଉଥିବା ଫୁଲଡୁମେର ଗାଁରେ ସରକାରୀ ଅର୍ଥ ରାଶି ହଡ଼ପ ଅଭିଯୋଗ ଆସିଛି l ଗ୍ରାମବାସୀଙ୍କ ସୂଚନା ଅନୁସାରେ ଛେଳି ପାଳନ ପାଇଁ ୨୦୨୨ ମସିହା ମେ ମାସ ୧୯ ତାରିଖରେ ବ୍ଳକ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାରେ ଛେଳି ହଷ୍ଟେଲ ଗୃହ ଆରମ୍ଭ ହୋଇଥିଲା । ହେଲେ ୧୧ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଛେଳି ହଷ୍ଟେଲ ସମ୍ପୂର୍ଣ୍ଣ ହୋଇ ପାରିଲାନାହିଁ । ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ବନ୍ଦ ଏବଂ ବିଳମ୍ବ ଯୋଗୁଁ ଲୋକଙ୍କ ମନରେ ପ୍ରଶ୍ନବାଛି ଉଠୁଛିଯେ ଛେଳି ହଷ୍ଟେଲ ପାଇଁ ଆସିଥିବା ଅର୍ଥ ରାଶି ହଡପ ହୋଇଛି ନା ହଷ୍ଟେଲ ପାଇଁ ଆସିଥିବା ଅର୍ଥ ଆଉ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଯାହା ଫଳରେ ୧୧ ମାସ ବିତି ଯାଇଥିଲେ ମଧ୍ୟ ହଷ୍ଟେଲଟି ସମ୍ପୂର୍ଣ୍ଣ ହୋଇ ପାରୁନି l ଗ୍ରାମବାସୀ ଛେଳି ହଷ୍ଟେଲରେ କାମ କରି ପାରିଶ୍ରମିକ ଅର୍ଥ ରାଶି ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି । କିନ୍ତୁ ଏନେଇ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଆମେ ସମସ୍ତଙ୍କର ପାରିଶ୍ରମିକ ଅର୍ଥ ଦେଇ ସାରିଛୁ, ଗାଁ ଲୋକ ମିଛ କହୁଛନ୍ତି । ଆଉ କାମ ସରିନି କାମ ବନ୍ଦ ରହିଛି କାମ ଅତିଶୀଘ୍ର ଆରମ୍ଭ କରିବୁ ବୋଲି ପ୍ରକାଶ କରିଥିଲେ l ଏହି ଗାଁରେ ୨୧ ଘର ଆଦିମ ଜନଜାତି ବା ଆଦିବାସୀ ସମ୍ପ୍ରଦାୟ ପରିବାର ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବାବେଳେ ଏମାନଙ୍କ ସ୍ୱାବଲମ୍ବୀ ନିମନ୍ତେ ୧୭ ପରିବାରଙ୍କୁ ଛେଳି ପାଳନ ପାଇଁ ଛେଳି ହଷ୍ଟେଲ ଗୃହ ନିର୍ମାଣ ପାଇଁ ମନରେଗା ଯୋଜନାରେ ଅଟକଳ ମୂଲ୍ୟ ୭୭୧୧୭୧ ଅର୍ଥରାଶି ମଞ୍ଜୁର ହୋଇଥିଲା । ହେଲେ କାହିଁକି ଏବେ ଯାଏଁ ଛେଳି ହଷ୍ଟେଲ ଅଧାପନ୍ତରିଆ ଭାବେ ପଡ଼ି ରହିଛି l ଯାହାଫଳରେ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଆଦିବାସୀଙ୍କୁ ମିଳିଥିବା ଶୌଚାଳୟ ଠାରେ ମଣିଷ ବ୍ୟବହାର କରିବା ବଦଳରେ ଛେଳି ପାଳନ କରୁଛନ୍ତି । କିନ୍ତୁ ବ୍ଲକ ପ୍ରଶାସନ ମାସକୁ ଥରେରୁ ଦୁଇଥର ଫୁଲଡୁମେର ଗାଁକୁ ଗସ୍ତ କରି ଗାଁର ବିଭିନ୍ନ ସମସ୍ୟା ଉପରେ ତଦାରଖ କରନ୍ତି । ହେଲେ ଏବେ ଯାଏଁ ଛେଳି ହଷ୍ଟେଲ ଅଧାପନ୍ତରିଆ ହୋଇ ପଡ଼ି ରହିଛି କାହିଁକି ସେ ପ୍ରତି ଦୃଷ୍ଟି ଦେଉନାହାନ୍ତି l ଏହି ଗାଁକୁ ଗତ ମାସରେ ଜିଲ୍ଲାପାଳ ଗସ୍ତ କରି ଗାଁର ବିଭିନ୍ନ ସମସ୍ୟା ଉପରେ ତଦାରଖ କରିଥିଲେ l ଲାଞ୍ଜିଗଡ଼ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଗସ୍ତ ପରେ ଫୁଲଡୁମେର ଗ୍ରାମବାସୀଙ୍କ ବହୁତ ଆଶା ଥିଲା ଯେ ଗାଁର ସମସ୍ୟା ଦୂର ହେବ ବୋଲି କିନ୍ତୁ ମାସେରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଁର କୌଣସି ପ୍ରକାର ସମସ୍ୟାର ସମାଧାନ ହୋଇ ପାରିନାହିଁ। ଯାହାଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ତେଣୁକରି ଏହି ଗାଁର ସମସ୍ୟା ସହିତ ଛେଳି ହଷ୍ଟେଲର କାର୍ଯ୍ୟକରିଥିବା ଶ୍ରମିକଙ୍କୁ ତୁରନ୍ତ ଅର୍ଥ ରାଶି ପ୍ରଦାନ କରି ଛେଳି ହଷ୍ଟେଲ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସି ଅନୁରୋଧ କରିଛନ୍ତି l