ଭିଏତନାମକୁ ‘ଆଇଏନଏସ କ୍ରିପାଣ’ ଯୁଦ୍ଧପୋତ ଉପହାର ଦେଲା ଭାରତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏତନାମ ରକ୍ଷାମନ୍ତ୍ରୀ ଜେନରାଲ ଫାନୱାନ ଗିୟାଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଶେଷ କରି ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଉଦ୍ୟୋଗ ସମ୍ପର୍କିତ ସହଯୋଗ, ସମୁଦ୍ର ସୁରକ୍ଷା ଏବଂ ବହୁରାଷ୍ଟ୍ରୀୟ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଇନ-ସର୍ବିସ ମିସାଇଲ କାର୍ବେଟ ଆଇଏନଏସ କୃପାଣ ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ଦେଇଥିବା ନେଇ ଘୋଷଣା କରିଥିଲେ । ଆଇଏନଏସ କୃପାଣ ଭିଏତନାମର ପିପୁଲ୍ସ ନାଭିର କ୍ଷମତାକୁ ବୃଦ୍ଧି କରିବାରେ ସହଯୋଗ କରିବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ । ଭିଏତନାମ  ପ୍ରତିରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ମୁଖ୍ୟାଳୟ ବୁଲି ଦେଖିଥିଲେ । ଏଥିସହିତ ପ୍ରତିରକ୍ଷା ସମ୍ପର୍କିତ ଅନୁସନ୍ଧାନ ଏବଂ ଉତ୍ପାଦନରେ ସହଯୋଗ ଉପରେ ଆଲୋଚନା କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଆଇଏନଏସ କୃପାଣ ୧୯୯୧ ଜାନୁଆରୀ  ୧୨ ତାରିଖରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା ।ଏବେ ମଧ୍ୟ ଏହା କାମ କରୁଛି । ଏହାର ୧୩୫୦ ଟନ ସାମଗ୍ରୀ ନେବାର କ୍ଷମତା ରହିଛି । ଏହାର ଲମ୍ବ୯୧.୧ ମିଟର ଏବଂ ବିମ୍ ୧୦.୫ ମିଟର ରହିଛି । ଏହା ପାଣିଭିତରେ ଘଣ୍ଟାପ୍ରତି ୫୦ କିମି ବେଗରେ ଗତି କରିପାରେ । ତେବେ ଏହାକୁ ଘଣ୍ଟାପ୍ରତି ୩୦ କିମି ବେଗରେ ଚଲାଯାଏ ତେବେ ଏହାର ରେଞ୍ଜ ୭୪ ୦୦ କିଲୋମଟର ହୋଇପାରିବ । ଏଥିରେ ୪ଟି ପି.୨୦ଏମ ଆଣ୍ଟିସିପ ମିସାଇଲ, ୨ଟି ସ୍ଟ୍ରେଲା-୨ ଏମ ତୋପ(ଯାହାକୁ କାନ୍ଧରେ ରଖି ଶତ୍ରୁକୁ ତଥା ଶତ୍ରୁର ହେଲିକାପ୍ଟରକୁ  ଟାର୍ଗେଟ କରିହେବ । ଲ ଏହାବ୍ୟତୀତ ୭୬ କି.ମି.ର ଏକ ଏକେ-୧୭୬ ଗନ ଲାଗିଛି ।ଏଥିସହିତ ୩୦ କିମିର ୨ଟି ଏକେ-୬୩୦ଗନ ଲାଗିଛି । ଏହି ଯୁଦ୍ଧପୋତରେ ଶତ୍ରୁଙ୍କୁ ଟାର୍ଗେଟ କରିବା ଖୁବ ସହଜ  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.