ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିବା ବେଳେ ଏବେ ସେଥିରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସାମିଲ କରାଯାଇଛି । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅଧିନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦିଆଯିବ । ପୋଷାକ ସଂଗ୍ରହ ଓ ବଣ୍ଟନ ପାଇଁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମାନୁଫାକଚରିଂ ୟନିଟ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସ୍କୁଲମାନଙ୍କୁ ପୋଷାକ ଯୋଗାଇ ଦିଆଯିବ । ପୋଷାକ ସଂଗ୍ରହ ପାଇଁ ଏମଏସଏମଇ ଓ ଏସଏଚଜି ୟୁନିଟକୁ ପ୍ରାଥମିକତା ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ ନେଇ ସମୟସୀମା ଧାର୍ଯ୍ୟ ହେବା ସହିତ ଏକ କମିଟି ଗଠନ ହୋଇଛି । ଏହି ବ୍ଲକସ୍ତରୀୟ କମିଟିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦସ୍ୟ ଆବାହକ ରହିବା ସହିତ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ମିଶନ ଶକ୍ତିର ବିପିସି ଓ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଆଦି କମିଟିରେ ସଦସ୍ୟ ରହିବେ । ସେହିପରି ଜିଲ୍ଲାସ୍ତରୀୟ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ । ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସଦସ୍ୟ ଆବାହକ, ଜିଲ୍ଲା ସମାଜ କଲ୍ୟାଣ ଅଧବକାରୀ, ଡିଆଇସି ସାଧାରଣ ପ୍ରବନ୍ଧକ ସଦସ୍ୟ ରହିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.