ମୁକୁନ୍ଦପୁରକୁ ବ୍ଲକ ଘୋଷଣା ଦାବି ନେଇ ଫାଇବ୍-ଟି ସଚିବଙ୍କୁ ଚିଠି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନସ୍ଥ ମୁକୁନ୍ଦପୁରକୁ ଏକ ନୂତନ ବ୍ଲକ ଭାବେ ଘୋଷଣା କରିବାକୁ ସାଧାରଣ ଜନତାଙ୍କ ସାମୁହିକ ଦାବିକୁ ନେଇ ଓଡିଶା ସରକାରଙ୍କ ୫ ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରେଖାପଦାର ନିବାସୀ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ | ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, କୋଲନରା ବ୍ଲକର ରେଖାପଦର, ବାଙ୍କୀଲି, କୈଳାଶପୁର, ଝୋରିଡି, ଭୋଇମଡା, କଟିକଣା ଏବଂ ମୁକୁନ୍ଦପୁର ଭଳି ୭ ଗୋଟି ପଞ୍ଚାୟତ ମୁକୁନ୍ଦପୁରକୁ ସିଧାସଳଖ ସଂଯୋଗ କରୁଅଛି | ଦୁର୍ଗମ ଘାଟି ଅଂଚଳରେ ଥିବା ଏହି ସବୁ ପଞ୍ଚାୟତର ଗାଁର ଲୋକମାନେ ଅନେକ ସମୟରେ କୋଲନରା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯିବାକୁ ହେଲେ ବିପଦପୂର୍ଣ୍ଣ ଘାଟି ରାସ୍ତା ତଥା ବ୍ୟସ୍ତ ବହୁଳ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଯାତାୟାତ କରିଥାନ୍ତି | ଯଦ୍ୱାରା ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟିବା ସହ ଦୂରତ୍ୱରେ ରହିଥିବା କୋଲନରା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାତାୟାତ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଂଚାୟତବାସି | ଏହି ୭ ଗୋଟି ପଞ୍ଚାୟତରେ ୩୦ହଜାର ଭୋଟର ରହିଥିବା ବେଳେ ୪୦ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ରହିଛି | ଯଦି ମୁକୁନ୍ଦପୁରକୁ ଏକ ନୂତନ ବ୍ଲକ ଭାବେ ଘୋଷଣା କରାଗଲେ କୈଳାଶପୁର ଏବଂ ରେଖାପଦାର ଦୁଇଟି ରାଜସ୍ବ ସର୍କିଲ ରହିବା ସହ ବାଙ୍କୀଲି, ଝୋରିଡି, କୈଳାଶପୁର, ରୋବାଡି, ଟି. ଶିକବାଡି ଠାରେ ଥିବା ଏସଏସଡି ହାଇସ୍କୁଲ ମୁକୁନ୍ଦପୁର ଅଧୀନରେ ଆସିବା ସହ ଶିକ୍ଷା ବିଭାଗର ଅନ୍ୟ ସ୍କୁଲ ଗୁଡିକ ମଧ୍ୟ ରହିବ | ସେହିପରି ପଞ୍ଚାୟତବାସି ମାନେ ସରକାରଙ୍କ ତରଫରୁ ମିଳୁଥିବା ଅନ୍ୟ ସୁବିଧା ଗୁଡିକ ମୁକୁନ୍ଦପୁର ଠାରେ ହିଁ ପାଇଯିବେ ଏବଂ ସେମାନଙ୍କୁ କୋଲନରା ଯିବାକୁ ପଡିବ ନାହିଁ | ଯଦ୍ୱାରା ସେମାନଙ୍କ ସମୟ ବଂଚିବା ଦ୍ୱାରା ଅନ୍ୟ କାମ ହୋଇପାରିବ | ମୁକୁନ୍ଦପୁର ଠାରେ ଏକ ପୋଲିସ ଆଉଟ ପୋଷ୍ଟ ରହିଥିବା ଦ୍ୱାରା ଲୋକଙ୍କୁ ପୋଲିସ ସେବା ମଧ୍ୟ ବର୍ତମାନ ମିଳିପାରୁଛି | ତେଣୁ ଆଦିବାସୀ ଅଧୁଷିତ ମୁକୁନ୍ଦପୁର ସମେତ ୭ଟି ପଂଚାୟତର ଅଂଚଳବାସୀଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ମୁକୁନ୍ଦପୁରକୁ କୋଲନରା ବ୍ଲକରୁ ଅଲଗା କରି ମୁକୁନ୍ଦପୁରକୁ ଏକ ନୂତନ ବ୍ଲକ ଭାବେ ଘୋଷଣା କରିବା ପାଇଁ ଅଂଚଳ ବାସି ଦାବି କରିଛନ୍ତି ବୋଲି ଆଇନଜୀବୀ ଶ୍ରୀ ପଟ୍ଟନାୟକ ଚିଠି ରେ ଉଲ୍ଲେଖ କରିଛନ୍ତି | ଏଥିସହ ମହା ମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ପଂଚାୟତରାଜ ମନ୍ତ୍ରୀ, ସ୍ଥାନୀୟ ସାଂସଦ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ ଚିଠି ଲେଖିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.