କୁଟୁରା ମାଂସ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ | ହେଲେ ଖବର ପାଇ ମାଡି ବସିଲା ରାୟଗଡା ବନ ବିଭାଗ | ଘଟଣା ସ୍ଥଳରୁ ତିନି କେଜି କୁଟୁରା ମାଂସ ଜବତ ସହ ଦୁଇ ଜଣ ଙ୍କୁ ଧରିବାରେ ସଫଳ ହେଲା ବନ ବିଭାଗ | ଆଉ ଗିରଫ ଦୁଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି | ରାୟଗଡା ବନାଞ୍ଚଳ ଅଧିନସ୍ଥ ରାୟଗଡା ସରଂକ୍ଷିତ ଜଙ୍ଗଲରୁ ଏକ କୁଟୁରା କୁ ମାରି ମାଣିକଝୋଲ ଗାଁ ନିକଟରେ ଉକ୍ତ କୁଟୁରା ମାଂସ ଭାଗ ବଣ୍ଟା ଚାଲିଥିଲା | ଏ ନେଇ ରାୟଗଡା ବନାଞ୍ଚଳ ଅଧିକାରୀ ଡେପୁଟି ରେଞ୍ଜେର ସଞ୍ଜୟ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ଗୌରୀଶଙ୍କର ସାହୁ, ବନରଖି ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ପାରା ଷ୍ଟାଫ ସ୍କ୍ୱାର୍ଡ ଗାର୍ଡମାନେ ଘଟଣା ସ୍ଥଳରେ ପହଂଚିଥିଲେ | ବନ ବିଭାଗ ଅଧିକାରୀଙ୍କୁ ଦେଖି ଅନ୍ୟମାନେ ଧାଇଁ ପଳେଇ ଥିବା ବେଳେ ପିତାମହଲ’ର ମାଧ ଉଲାକା ଏବଂ ମାଣିକଝୋଲା ଗ୍ରାମର ବିଶ୍ୱମ୍ବର ଉର୍ଲାକା ତିନି କେଜି କୁଟୁରା ମାଂସ ସହ ଧରା ପଡ଼ିଥିଲେ | ଅଭିଯୁକ୍ତମାନେ କୁଟୁରା ମାଂସକୁ କେଜି ପିଛା ଏକ ହଜାରରୁ ବାର ଶହ ଟଙ୍କା ମଧ୍ୟରେ ବିକ୍ରି କରିଥାନ୍ତେ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି |

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.