ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ମହାବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନାର୍ଲା ବିଧାୟକ ଭୂପିନ୍ଦର ସିଂ ଓ ସମ୍ମାନିତ ଅତିଥି ଭାବେ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ କୁମାର ଦାଶ ଯୋଗ ଦେଇଥିଲେ । ମ.ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସଏସ ପ୍ରୋଗ୍ରାମ ଅଫିସର କୈଳାସ ଚନ୍ଦ୍ର ପତି, ୱାଇଆରଏସ କାଉନସିଲର ପ୍ରକାଶ ଚନ୍ଦ୍ର ସେଠୀ, ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସୁମନ୍ତ ମାଝୀ, ତୋଫାନ ଗୌଡିଆ, ଆର.ସି ପ୍ରହରାଜ ଉପସ୍ଥିତ ରହି ଥିଲେ । ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।