ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ଚାରିଛକ ଠାରେ ଆଜି ଓବିସି-ଏସଟି-ଏସସି-ସଂଖ୍ୟା ଲଘୁ ମିଳିତ ମହାସଂଘର ପଥପ୍ରାନ୍ତ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘର ଆବାହକ ଡ଼ମ୍ବରୁଧର ଲହଜଲଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ଉଚ୍ଚ ଶିକ୍ଷା, ବୃତ୍ତିଗତ ଶିକ୍ଷା ଓ ସମସ୍ତ ପ୍ରକାର ନିଯୁକ୍ତି ରେ ଏ ଦେଶର ଓବିସି, ଏସସଟି, ଏହି ଓ ସଂଖ୍ୟାଲଘୁ ତାଙ୍କ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣଦେବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଜିଲ୍ଲା ଭିତ୍ତିକ କରିବା, ଯୁକ୍ତ ଓ ଯୁକ୍ତ ଦୁଇ ସିଟି ନାମଲେଖା ପାଇଁ ଯଥାକ୍ରମେ ବ୍ଲକ ଓ ଜିଲ୍ଲା କଭିତ୍ତିକ କରିବା, ଓଆରଭି ଆକ୍ଟକୁ କଡାକଡି ଲାଗୁ କରିବା, କଳାହାଣ୍ଡିରେ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା, ପ୍ରତ୍ୟେକ ଜିଲ୍ଲାରୁ ଏହିତିନି ବର୍ଗର ୧୦୦ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ ଆଇଏଏସ୍, ଓଜେଏସ୍, ଡାକ୍ତରୀ ଆଦି ପରୀକ୍ଷା ପାଇଁ ମାଗଣାରେ କୋଚିଂ ବ୍ୟବସ୍ଥା କରିବା, ଆଦି ବିଭିନ୍ନ ଦାବୀ ଉତ୍ଥାପନ ହୋଇଥିଲା। ଯୁବ ନେତା ଡାକେଶ୍ୱର ଲହଜଲ ସଭା ପରିଚାଳନା କରିଥିବାବେଳେ ପଛୁଆ ବର୍ଗ ନେତା ପ୍ରମୋଦ ହଂସ, ସୁରେଶ ଭଇସାଲ, ପଣ୍ଡରାମାଳି ସମାଜର ଯୁବନେତା ସୋମ୍ୟରଞ୍ଜନ ନାଏକ, ରତନ ନାଏକ, ଶଙ୍କର ନାଏକ, ଲବରାମ ସରାଫ, ଚକ୍ରଧର ବେଣୁପାଣି, ସତ୍ୟବାନ ନାଏକ, ଜୀବଶଙ୍କର ନାଏକ, ଗୋପାଳ ଧଙ୍ଗଡ଼ାମାଝି, ଆଇନଜୀବି ଦିଗାମ୍ବର ଦୁରିଆ, ପୃଥ୍ଵୀରାଜ ତାଣ୍ଡି, ତ୍ରିନାଥ ମସ୍ରା, ଗୁଣନିଧି ଶବର, ପ୍ରମୋଦ ସୁନାନୀ, ଜଗନ୍ନାଥ ଶଗଡିଆ, ଗଜାନନ ସୁନାନୀ, ସରୋଜ ସୁନାନୀ, ନିରାକାର ନାଗ ଆଦି ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ଦେଇଥିଲେ। ସେମାନେ ଏ ସମ୍ବନ୍ଧରେ ଏକ ପ୍ରଚାର ପତ୍ର ବାଣ୍ଟିବା ସହିତ ବିଶେଷ କରି ଛାତ୍ର ଛାତ୍ରୀ, ବେକାର ଯୁବକ ଯୁବତୀ, ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କୁ ଏହି ଦାବୀ ସବୁ ଉପରେ ସଚେତନ ହୋଇ ଆଗକୁ ଏକ ବଡ଼ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ। ପୁନଶ୍ଚ ଉଭୟ ସରକାରକୁ ଆହ୍ୱାନ ଦେଇ ଦାବୀ ସବୁକୁ ବିଚାରକୁ ନ ନେଲେ ଉଭୟ ସରକାର ବିରୋଧରେ ପ୍ରତ୍ୟେକ କଲେଜ, ବିଶ୍ଵବିଦ୍ୟାଳୟ, ହାଟ ବଜାର, ଛକ ତଥା ଗାଁ ମାନଙ୍କୁ ଯାଇ ଲୋକଙ୍କୁ ଏଭଳି ସଚେତନ କରି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ। ତେଵେ ବର୍ଷା ସତ୍ୱେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଧିରେ ଧିରେ ଅଂଚଳରେ ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ହେଉଥିବା ଜଣାପଡୁଛି।