ଶାନ୍ତପୁର ସରପଞ୍ଚଙ୍କ ବିୟୋଗରେ ଶୋକସଭା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶାନ୍ତପୁର  ସରପଞ୍ଚ ସୁଶ୍ରୀ ଋତିକା କୁମାରଙ୍କ ଅକାଳ ବିୟୋଗ ନର୍ଲା ବ୍ଲକ ସମେତ କଳାହାଣ୍ଡିର ରାଜନୈତିକ କ୍ଷେତ୍ରରେ ଅପୁରଣୀୟ କ୍ଷତି ଘଟାଇଛି। ମାତ୍ର ୨୩ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିବା ବିଶ୍ବାସ କରି ହେଉନାହିଁ। ସରପଞ୍ଚ ଭାବେ ତାଙ୍କର କାର୍ଯ୍ୟଧାରା ସ୍ବତନ୍ତ୍ର ଥିବାସହ ସେ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସ୍ବର୍ଗତ କୁମାର ଦେଖିଥିବା ଅନେକ ସ୍ବପ୍ନ ଅଧୁରା ରହିଗଲା। ଇଶ୍ବର ତାଙ୍କର ଆତ୍ମାର ସଦଗତି କରନ୍ତୁ ବୋଲି ଆଜି ଶାନ୍ତପୁର ଠାରେ ଦିବଂଗତ ସରପଞ୍ଚ ଋତିକା କୁମାରଙ୍କ ଏକଦଶାହ ଦିବସ ଅବସରରେ ଆୟୋଜିତ ଶୋକସଭାରେ ବ୍ୟକ୍ତ କରିଛନ୍ତି ଉପସ୍ଥିତ ଅତିଥିବୃନ୍ଦ। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶୋକସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନର୍ଲା ବିଧାୟକ କୁମରମଣି ଶବର, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ରୋଡ଼ ଜୁନିୟର କଲେଜର ଅଧ୍ୟାପକ ସରୋଜ କୁମାର ଜେନା, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଭାବେ ଶାନ୍ତପୁର ଓ୍ବାର୍ଡ ସଭ୍ୟ ଗୈାରଚନ୍ଦ୍ର ବିଶ୍ବାଳ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଳ ସାହୁ, ନର୍ଲା ବ୍ଲକ ସମିତି ସଭ୍ୟ ସଂଘ ସଭାପତି ଜୟ ମେହେର, ନର୍ଲା ବ୍ଲକର ମୁଖ୍ୟ କିରାଣି ଦିଗ ପଧାନ, ଏଇ ବାଞ୍ଛାବଟ ପାଣ୍ଡେ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ନର୍ଲା ସରପଞ୍ଚ ତନୁଜା ହରପାଲ, ସେରଗଡ ସରପଞ୍ଚ ରାହୁଲ ସାହୁ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ଘୋଡାବନ୍ଧ ସରପଞ୍ଚ ଅସ୍ମିତା ସାହୁ, ତୁଲାପଡା ସରପଞ୍ଚ, ବାଲସିଙ୍ଗା ସରପଞ୍ଚ ପୂଜା ସ୍ବାଇଁ, ଘଣ୍ଟମାଲ ସମିତି ସଭ୍ୟା ଅବନ୍ତି ଦଳେଇ, ଉଲିକୁପା ସରପଞ୍ଚ ପ୍ରତିନିଧି ଚିତ୍ରସେନ ଶବର, ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗୀ ଓ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ସରପଞ୍ଚ ଋତିକା କୁମାରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକ ସନ୍ତପ୍ତ ପରିବାରକୁ ସ୍ବାନ୍ତନା ପ୍ରଦାନ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ଶାନ୍ତପୁର ସରପଞ୍ଚ ସୁଶ୍ରୀ ଋତିକା କୁମାର କିଛିଦିନ ଧରି ଅସୁସ୍ଥ ଥିଲେ। ଗତ ଜୁନ ୨୪ ତାରିଖରେ  ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଏମ୍ସକୁ ନିଆଯାଉଥିବାବେଳେ ମ. ରାମପୁର ନିକଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.