ପାଟନାରେ ବିଜେପିର ପଦଯାତ୍ରା ବେଳେ ପୋଲିସର ଲାଠିଚାର୍ଜ, ଜଣେ ବିଜେପି ନେତା ମୃତ

ଓଡ଼ିଆ ବାର୍ତ୍ତା/ ପାଟନା: ବିଜେପିର ବିଧାନସଭା ପଦଯାତ୍ରା ସମୟରେ ପାଟନା ପୋଲିସ ଦ୍ୱାରା ବିଜେପି ନେତାଙ୍କ ଉପରେ ଲାଠିଚାର୍ଜ। ଏଥିରେ ବହୁ ସଂଖ୍ୟକ ବିଜେପି ନେତା, ବିଧାୟକ ଓ ସାଂସଦ ଆହତ ହୋଇଛନ୍ତି। ବିହାର ବିଧାନସଭାରେ ହଙ୍ଗାମା ପରେ ବିଜେପି ନେତାଙ୍କ ପ୍ରତିବାଦ ଆରମ୍ଭ ହୋଇଥିଲା। ଫଳରେ ପୋଲିସର ଲାଠିଚାର୍ଜରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଛି। ପୋଲିସର ଲାଠିଚାର୍ଜ ସମୟରେ ଜେହାନାବାଦ ଜିଲ୍ଲାର ସାଧାରଣ ସମ୍ପାଦକ ବିଜୟ କୁମାର ସିଂଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରେ ଗୁରୁତର ଆହତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Omkar Vasthu
Omkar Vasthu

ଅନ୍ୟପକ୍ଷରେ, ପାଟନା ଜିଲ୍ଲା ପ୍ରଶାସନ ଏହି ଖବରକୁ ଖଣ୍ଡନ କରିଛି। ପ୍ରଶାସନର କହିବା କଥା ହେଲା ଜେହାନବାଦର ବିଜୟ ସିଂ ଛଜ୍ଜୁ ବାଗର ରାସ୍ତା କଡ଼ରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ତାଙ୍କୁ ପିଏମସିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବା ଘଟଣାର ତଦନ୍ତ କରାଯାଉଛି।

Pearl dental clinic
Near Ashish Medical Store, Bhawanipatna

ସୂଚନା ଥାଉକି, ବିଜେପିର ବରିଷ୍ଠ ନେତା ତଥା କର୍ମୀମାନେ ବିଧାନସଭା ପଦଯାତ୍ରାରେ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ ରାଜ୍ୟକର୍ମା ମାନ୍ୟତା ମାଗିଥିଲେ। ଡାକବଙ୍ଗାଲୋ ଛକ ନିକଟରେ ଅବସ୍ଥାପିତ ପାଟନା ପୋଲିସ ପ୍ରଥମେ ବିଜେପି ନେତାମାନଙ୍କୁ ପଛକୁ ଯିବାକୁ କହିଥିଲେ। କିନ୍ତୁ, ଯେତେବେଳେ ବିଜେପି ନେତାମାନେ ରାଜି ହୋଇନଥିଲେ, ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଥିଲା। ପୋଲିସ ନେତା ଓ କର୍ମୀଙ୍କୁ ମାଡ ମାରିବା ସହ ଲୁହବୁହା ଗ୍ୟାସ ସେଲ ପ୍ରୋୟଗ କରିଥିଲା। ଏହି ସମୟରେ ବିଜେପି ନେତା ବିଜୟ ସିହ୍ନାଙ୍କ ସମେତ ଅନେକ ନେତା ଆହତ ହୋଇଥିଲେ।

Udyog Nursery
Udyogi Nursery

ବିଜେପି ନେତାଙ୍କ ମୃତ୍ୟୁ ପରେ ବିହାର ରାଜନୀତି ଉଗ୍ର ରୂପ ଧାରଣ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘଟଣାରେ ନୀତିଶ ସରକାରଙ୍କୁ ଘେରିଛନ୍ତି। ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ପାଟନାରେ ହୋଇଥିବା ଲାଠି ଚାର୍ଜ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ମହାଗଠବନ୍ଧନ ସରକାର ଦୁର୍ନୀତିର ଦୁର୍ଗକୁ ବଞ୍ଚାଇବାକୁ ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି।

ଅନ୍ୟପଟେ ବିଜେପି ସାଂସଦ ସୁଶୀଲ ମୋଦୀ କହିଛନ୍ତି ଯେ ସରକାର ଏହି ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି। ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏହା ହେଉଛି ଅନ୍ୟାୟ। ବିଜେପିର ଜେହାନାବାଦ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ସିଂଙ୍କ ପୋଲିସ ଲାଠିଚାର୍ଜରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଶାହନାୱାଜ ହୁସେନ୍‌ କହିଛନ୍ତି ଯେ ପାଟନା ପୋଲିସ ମଧ୍ୟ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଆମେ ଶାନ୍ତିପୂର୍ଣ୍ଣ ଭାବରେ ପଦଯାତ୍ରା କରୁଥିଲୁ କିନ୍ତୁ ପୋଲିସ ହଠାତ୍ ସମସ୍ତଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଥିଲା। ବର୍ତ୍ତମାନ କୁହାଯାଉଛି ବିଜେପି ଆନ୍ଦୋଳନକୁ ନେଇ ବିହାର ସରକାର ଭୟଭୀତ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.