ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ ଲିଙ୍ଗରାଜ ମିଶ୍ର): ଲାଞ୍ଜିଗଡ଼-ନର୍ଲା ସିମାନ୍ତ ଢୁଷଗୁଡ଼ା ସ୍ଥିତ ରେତ ଡ୍ୟାମ ପରିସରରେ କଲେଜ ଛାତ୍ରଙ୍କ ପାଣିରେ ବୁଡ଼ି ନିଖୋଜ ଘଟଣାକୁ ୨୪ ଘଣ୍ଟା ବିତିଲା ପରେ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଛି ମୃତ ଛାତ୍ରଙ୍କ ଶବ। ଶବ ଉଦ୍ଧାର କରାଯିବା ପରେ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷରେ ଛାତ୍ରଙ୍କ ପରିବାର ଲୋକେ ଛତିକୁଡ଼ା ଛକରେ ଧାରଣା ଦେଇଥିବା ବେଳେ ତାଙ୍କ ପୁଅଙ୍କ ମୃତ ଶରୀର ମିଳିବା ପରେ ସେମାନେ ଧାରଣାରୁ ଉଠିଛନ୍ତି। ତେବେ ପୋଲିସକୁ ସଠିକ୍ କାର୍ଯ୍ୟନୁଷ୍ଠାନ ଏବଂ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି।