ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଭୀମ ଆର୍ମି ଭାରତ ଏକତା ମିଶନ, କୋକସରା ବ୍ଲକ ସଭାପତି ଘନଶ୍ୟାମ ଛତ୍ରିଆଙ୍କ ନେତୃତ୍ଵରେ କୋକସରା ବିଡ଼ିଓ ଏବଂ ବ୍ଲକ ଅଧକ୍ଷା ରୀତା ଅଗ୍ରୱାଲ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କର୍ଲାଗୁଡା ଗ୍ରାମର ରାଜାସାଗର (ପୋଖରୀ)ର ନବୀକରଣ ଏବଂ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି, ଚିତାମୁଣ୍ଡା ଗ୍ରାମର ପ୍ରହରୀ ମଣ୍ଡପରୁ ପୋଖରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ତଥା ନଳକୂପରୁ ନାଳି ନିର୍ମାଣ, ବରାଡଙ୍ଗା ଠାରୁ ଆମପାଣି ପର୍ଯ୍ୟନ୍ତ ଏନଏଚ୍ ୨୬କୁ ସଂଯୋଗ କରୁଥିବା ରାସ୍ତା ମରାମତି ଆଦି ସମସ୍ୟା ନେଇ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ଏବଂ ବ୍ଲକ ଅଧକ୍ଷା ରୀତା ଅଗ୍ରୱାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ବାଗ ଓ ଅଧକ୍ଷା ମଧ୍ୟ ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଭୀମ ଆର୍ମି ଭାରତ ଏକତା ମିଶନ ଓଡ଼ିଶାର ସାଧାରଣ ସଂପାଦକ ଜଗଜିବନ କୁମାର, ନବରଙ୍ଗପୁର ଜୋନ ପ୍ରଭାରୀ ପ୍ରଧାନି ବାଗ, ଯୋଗେନ୍ଦ୍ର ମହାନନ୍ଦ, ବିଜୟ କୁମାର ଛତ୍ରିଆ, ଅଟଳ ବିହାରୀ ସିଂ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଏସଏସସିଏଫ କୋକସରା ବ୍ଲକ ମୋଟେର ଜୋନ ଉପସଭାପତି ପଙ୍କଜ ଠାକୁର ଉପସ୍ଥିତ ଥିଲେ।