ରେଜିଷ୍ଟ୍ରି ଅଫିସରେ ସ୍ଲଟ ବୁକିଂ ନାଁରେ କଳାବଜାରୀ ଅଭିଯୋଗ 

ଓଡ଼ିଆ ବାର୍ତ୍ତା / ନୂଆପଡ଼ା (ରାହୁଲ ବାଗ): ନୂଆପଡା ରେଜିଷ୍ଟ୍ରି ଅଫିସରେ ସ୍ଲଟ ବୁକିଂ ନାଁରେ କଳାବଜାରୀ ହେଉଥିବାର ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଜିଲ୍ଲା ଓକିଲ ସଂଘ ଓ ସିଭିଲ ବାର ଏସୋସିଏସନ ଅତିରିକ୍ତ ଜିଲ୍ଲପାଳ ଓ ରେଜିଷ୍ଟ୍ରି ଅଫିସରଙ୍କୁ ଭେଟି କଳାବଜାରୀ ବନ୍ଦ କରିବାକୁ ଦାବି କରିଛନ୍ତି। ଗତ ୩ ମାସରୁ ଅନଲାଇନରେ ଜମି ପଞ୍ଜିକରଣ ପାଇଁ ସ୍ଲଟ ବୁକିଂ ହେଉଛି। ଏଥିରେ ଦିନକରେ ୨୪ ଟି ସ୍ଲଟ ରହି ଥିବାରୁ ୨୪ ଜଣ ବ୍ୟକ୍ତି ଜମି ପଞ୍ଜିକରଣ କରିବେ ବୋଲି ସୂଚନା ରହିଛି। ଅନଲାଇନରେ ସ୍ଲଟ ଖୋଲିବାର ୧୦ ମିନିଟ ପରେ ସବୁ ୨୪ ଟି ସ୍ଲଟ ବୁକିଂ ହୋଇଥିବା ଦେଖାଦେଉଛି। ଫଳରେ ଲୋକଙ୍କୁ ସ୍ଲଟ ମିଳୁ ନ ଥିବାରୁ ଅସୁବିଧା ହେଉଛି। ଏଭଳି ୧୫ ଦିନ ହେବ ନୂଆପଡା ରେଜିଷ୍ଟ୍ରି ଅଫିସରେ ଜମିବାଡ଼ି ରେଜିଷ୍ଟ୍ରିରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। କିଛି ଦଲାଲ କଲାବଜାରୀ କରି ସ୍ଲଟ ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଏଠି ଜଣେ ଦଲାଲ ସ୍ଲଟକୁ ହ୍ୟାକ କରି ନିଜ କବଜାରେ ରଖୁଛନ୍ତି। ପରବର୍ତ୍ତୀ ସମୟରେ ସେହି ସ୍ଲଟକୁ କଳାବଜାରୀ କରି ଅଧିକ ଦରରେ ବିକ୍ରି କରୁଛନ୍ତି। ଅନ୍ୟ ପକ୍ଷେ କ୍ରେତା ଓ ବିକ୍ରେତା ଦଲାଲ ଠାରୁ ସ୍ଲଟ ବୁକିଂ କରି ଶୋଷଣର ଶିକାର ହେଉଛନ୍ତି। ଏ ନେଇ ଜିଲ୍ଲା ଓକିଲ ସଂଘ ଓ ସିଭିଲ ବାର ଏସୋସିଏସନର ଏକ ପ୍ରତିନିଧି ଦଳ ନୂଆପଡା ରେଜିଷ୍ଟ୍ର ଅଫିସରଙ୍କୁ ଭେଟି ଆଲୋଚନା କରିଛନ୍ତି। ପରେ ଉଭୟ ଓକିଲ ସଂଘର କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲପାଳ ଅଗସ୍ତି ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ। ଏହାର ସମାଧାନ ନ ହେଲେ ଉଭୟ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସିଭିଲ ବାର ଏସୋସିଏସନ ସମ୍ପାଦକ ବିଶ୍ଵମଣି ପାଣିଗ୍ରାହୀ, ଓକିଲ ସଂଘ ସମ୍ପାଦକ ପୁରୁଷୋତ୍ତମ ସୋନୀ, ସଞ୍ଜୟ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ସାହୁ, ପ୍ରବୀଣ ରଞ୍ଜନ ପଟ୍ଟନାୟକ, ନିର୍ମୟ ରଞ୍ଜନ ପଟ୍ଟନାୟକ, ଅନିଲ ଦିୱାଙ୍ଗନ, ଅନିଲ ଶର୍ମା, ବିଶ୍ୱନାଥ ରଣା, ଦାଶରଥୀ ପାଢ଼ୀ, ପ୍ୟାରିଲାଲ ଦିୱାଙ୍ଗନ, ଯୋଗେଶ ସାହୁ, ତରୁଣ ସୋନୀ, ଅନୁପ ଶର୍ମା, ବିବେକ ଯୋଶୀ ପ୍ରମୁଖ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.