ନ୍ୟାୟୋଚିତ ଦାବୀ ନେଇ କଳା ବ୍ୟାଚ ଧାରଣ କଲେ ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତିନି ହଜାର ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନ୍ୟାୟୋଚିତ ଦାବୀ ପୂରଣରେ ସରକାରଙ୍କ ଅବହେଳା ପାଇଁ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି। ଆଲୋଚନା ମାଧ୍ୟମରେ ଦାବୀ ପୂରଣ ନକରିବାରୁ ୧୪ ରୁ ୨୦ ଜୁଲାଇ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରୁଛନ୍ତି କର୍ମଚାରୀ। ରାଜ୍ୟ ସଂଘ ଡ଼ାକରାରେ କଳାହାଣ୍ଡି ଜିଲ୍ଲା ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ ବୃନ୍ଦ ମଧ୍ୟ ଶୁକ୍ରବାର ୧୪ ଜୁଲାଇରୁ ୨୦ ଜୁଲାଇ ପର୍ଯ୍ୟନ୍ତ କଳାବ୍ୟାଚ ଧାରଣ କରିଛନ୍ତି। ଆଜି ନର୍ଲା କୃଷି ବିଭାଗର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତି, ଗଜମତି ମାଝୀ, ଜ୍ୟୋତ୍ସ୍ନା ଭୋଇ, ଚଂଚଳା ସାହୁ, ତିଳତ୍ତମା ସାଗର, ମୀନତି ରଣା, ସୁନୀଲ ଭୋଇ, କେମନ୍ତ ସାହୁ, ସୁରଜିତସିଂ ମାଝୀ ପ୍ରମୁଖ ନର୍ଲା କୃଷି ବିଭାଗ ଅଫିସ ଆସି କଳାବ୍ୟାଚ ପରିଧାନ କରିବା ସହିତ ସାପ୍ତାହିକ ମିଟିଂରେ ଯୋଗଦାନ କରିଛନ୍ତି। ୨୩ ରେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବ। ସରକାର ସଂଘର ଦାବୀ ପୁରଣ ନକଲେ ଆସନ୍ତା ଅଗଷ୍ଟ ପହିଲାରୁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସଂଘର ସମସ୍ତ କର୍ମଚାରୀ ସମୂହ ଛୁଟିରେ ରହିବେ ବୋଲି ସଂଘର ଆବାହକ ପ୍ରଦୀପ କୁମାର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦାବୀ ଗୁଡିକ ମଧ୍ୟରେ ଚାକିରୀରେ ଯୋଗ ଦେବାର ମୂଳ ଶିକ୍ଷାଗତ ଯୋଗ୍ୟତା ଇଣ୍ଟର ମିଡ଼ିଏଟ ସାଇନ୍ସ ବଦଳରେ ସାଇନ୍ସ ଡିଗ୍ରୀ ରଖିବା ପ୍ରଥମ ଦାବୀ, ସେହିଭଳି ଗ୍ରାମ୍ୟ କୃଷି କର୍ମଚାରୀ ନାମ ପରିବର୍ତ୍ତନ, ଗ୍ରେଡ ପେ ୨୦୦୦ ଟଙ୍କା ବଦଳରେ ୪୨୦୦ ଟଙ୍କା କରିବା, ଚାକିରୀ କାଳ ମଧ୍ୟରେ ସର୍ବନିମ୍ନ ତିନିଗୋଟି ପଦୋନ୍ନତି ଦେବା, ସର୍ବପରି ବହୁପ୍ରତିକ୍ଷିତ କ୍ୟାଡର ପୁନର୍ଗଠନ, ୨୦୧୩ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପରେ ତା ପୂର୍ବରୁ ବିଭାଗ ପ୍ରଣୟନ କରିଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ଚାକିରୀ କାଳ ଭାବେ ଗଣନା କରି ୬ ଗୋଟି ନ୍ୟାସନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବା ଆଦି ଦାବୀ ରହିଛି। ସରକାର ଆମର ଦାବୀ ଗୁଡିକ ପୁରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରହିବ ବୋଲି ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସୁରଜିତ ସିଂ ମାଝୀ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.