ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀମାନେ ଅସହଯୋଗ ଓ କଳାବ୍ୟାଜ ପରିଧାନ କରିଛନ୍ତି। ଏହି କ୍ରମରେ ଆଜି କୋକସରା ବ୍ଲକ କୃଷି ପରାମର୍ଶ ଓ ସୂଚନା କେନ୍ଦ୍ର ଠାରେ ବ୍ଲକର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିବା ଗ୍ରାମ୍ୟ କୃଷି କର୍ମଚାରୀ ମାନେ ୬ ଗୋଟି ଦାବିନେଇ କଳାବ୍ୟାଜ ପରିଧାନ କରି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏବଂ ଆସନ୍ତା ୭ ଦିନ ମଧ୍ୟରେ ସରକାର ଦାବି ଗୁଡ଼ିକ ବିଚାର ନକରନ୍ତି ତେବେ ୧ ତାରିଖରୁ ସାମୁହିକ ଭାବେ ଛୁଟିରେ ଯିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଗ୍ରେଡ଼ ପେ ଚାରି ହଜାର ଦୁଇଶହ, ପଦବୀର ନାମ ପରିବର୍ତନ, କ୍ୟାଡର ପୁନର୍ଗଠନ, ଠିକା ସମୟର ଛ ବର୍ଷକୁ ମୂଳ ଚାକିରୀରେ ଗଣନା ସହିତ ଛ ଟି ନୋସନାଲ ଇନ୍କ୍ରିମେନ୍ଟ ପ୍ରଦାନ ଭଳି ଦାବୀ ମାନ ଉପାସ୍ଥାପନା କରିଛନ୍ତି। ବର୍ତ୍ତମାନ ଚାଷ କାର୍ଯ୍ୟର ସମୟ ହେଇଥିବା ବେଳେ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ସାମୁହିକ ଛୁଟିରେ ଗଲେ ସିଧାସଳଖ ଚାଷ କାର୍ଯ୍ୟ ଉପରେ ପ୍ରଭାବ ପଡିବ। ଆଜି କୋକସରା କୃଷି ପରାମର୍ଶ ଓ ସୂଚନା କେନ୍ଦ୍ର କାର୍ଯ୍ୟାଳୟ ଠାରେ ୨୨ ଗୋଟି ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀ ସଭାପତି ଉପେନ୍ଦ୍ର ଜାଲ, ସମ୍ପାଦକ ବିଶ୍ୱରଞ୍ଜନ ବୋଡ଼କିଆ, ଅବିନାଶ ଠାକୁର, ଅଜିତ କୁମାର ସାହୁ, ଭକ୍ତ ଚରଣ ମାଝୀ, ଟିକଚନ୍ଦ ଦଳପତି, ଧନିରାମ ମାଝୀ, ଧନସାଇ ମାଝୀ, ଚନ୍ଦ୍ରକେତୁ ମେହେର, କଲ୍ୟାଣୀ ନାଏକ, ଇନ୍ଦୁ ପାଣିଗ୍ରାହୀ, ଇତିଶ୍ରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।