ବନ ମହୋତ୍ସବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ବ୍ଲକ ପାର୍ବତୀନଗର ସ୍ଥିତ କସ୍ତୁରବା ଗାନ୍ଧୀ ନେସନାଲ ଟ୍ରଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜେକେ କାଗଜ କଳ ଓ ସାମାଜ ସମ୍ବାଦପତ୍ର ଆନୁକୁଲ୍ୟରେ ବନ ମହୋତ୍ସବ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ମୃତି ରେଖା କର, ପ୍ରବନ୍ଧକ (ଲୋକସମ୍ପର୍କ ଓ ସାମାଜିକ ଦାୟିତ୍ଵ ବୋଧ) ଜେକେ କାଗଜ କଳ, ଜେକେପୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରି ବୃକ୍ଷ ରୋପଣ କଲେ ପରିବେଶ ଉପରେ ଏହାର କ’ଣ ପ୍ରଭାବ ପଡେ ସେ ବିଷୟରେ କହିଥିଲେ। ଅନ୍ୟ ଅତିଥି ଭାବେ ସାମାଜର ଜିଲ୍ଲା ପ୍ରତିନିଧି ରଘୁନାଥ ପଟ୍ଟନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ନୀଳିମା ନନ୍ଦ ଓ ଛାତ୍ରୀ ନିବାସ ପ୍ରମୁଖ ଅହଲ୍ୟା ଅପା କାର୍ଯ୍ୟକ୍ରମତ ପରିଚାଳନା କରିଥିଲେ। ଛାତ୍ରୀ ମାନେ ସର୍ବମୋଟ ୧୦୦ଟି ଫଳ ଓ ଫୁଲ ଗଛ ଚାରା ରୋପଣ କରି ଉତ୍ସାହିତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.