ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତର କାର୍ଯ୍ୟସୂଚୀ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଟିମ ଇଣ୍ଡିଆ ୩ଟି ଟି୨୦ ମ୍ୟାଚ, ୩ଟି ଦିନିକିଆ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଡିସେମ୍ବର ୧୦ରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ଟି୨୦ ଡର୍ବାନରେ ଖେଳାଯିବ । ଏହା ପରେ ୧୨ ଓ ୧୪ରେ କ୍ୱେବରାହ ଓ ଜୋହାନ୍ସବର୍ଗରେ ବାକି ୨ଟି ମ୍ୟାଚ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ୧୭ ଡିସେମ୍ବରରେ ଜୋହାନ୍ସବର୍ଗରେ ଖେଳାଯିବ । ୧୯ ଓ ୨୧ରେ କ୍ୱେବରାହ ଏବଂ ପାର୍ଲରେ ବାକି ୨ଟି ମ୍ୟାଚ ଆୟୋଜିତ ହେବ ।ଏହା ପରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ । ଏହା ଫ୍ରିଡମ ସିରିଜ ଭାବେ ପରିଚିତ । ସେଂଚୁରିଆନରେ ୨୬ରୁ ୩୦ ପର୍ଯ୍ୟନ୍ତ ପ୍ରଥମ ଏବଂ ୩ରୁ ୭ ଜାନୁୟାରୀ କେପଟାଉନରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ଏଥର ଭଲ ପ୍ରଦର୍ଶନ କରିବେ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ ଦୃଢ଼ ଆଶା ପୋଷଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.