ରେଭିନ୍ୟୁ ଶେୟାର ବୃଦ୍ଧି: ବିସିସିଆଇକୁ ଏଥର ମିଳିବ ବର୍ଷକୁ ୨୦୦୦ କୋଟି ଟଙ୍କା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ରେଭିନ୍ୟୁ ଶେୟାର ବୃଦ୍ଧି କରିଛି । ପୂର୍ବ ରେଭିନ୍ୟୁ ତୁଳନାରେ ବିସିସିଆଇର ୭୨ ପ୍ରତିଶତ ଶେୟାର ବୃଦ୍ଧି କରାଯାଇଛି । ପୂର୍ବରୁ ବିସିସିଆଇକୁ ୨୨.୪ ପ୍ରତିଶତ ଶେୟାର ମିଳୁଥିବା ବେଳେ ଏଥର ୩୮.୫ ପ୍ରତିଶତ ମିଳିବ । ୨୦୨୪ରୁ ୨୭ ପର୍ଯ୍ୟନ୍ତ ଏହା ଲାଗୁ ରହିବ । ବିସିସିଆଇ ୨୦୨୪ରୁ ପ୍ରତ୍ୟେକ ବର୍ଷ ଏଥିଯୋଗୁ ୨୦୦୦ କୋଟି ଟଙ୍କା ପାଇବ । ଆଇସିସି ଏବେ ବର୍ଷକୁ ୫୦୦୦କୋଟି ଟଙ୍କା ଆୟ କରୁଛି । ବିସିସିଆଇ ଯୋଗୁ ଆଇସିସିର ଆୟ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତି ନିଆଯାଇଛି । ବ୍ରଡକାଷ୍ଟିଂ ଚୁକ୍ତିରେ ବୃଦ୍ଧି ଘଟିବା ଯୋଗୁ ଆଇସିସିର ଫାଇଦା ହୋଇଛି । ବିସିସିଆଇର ଶେୟାର ବୃଦ୍ଧି ପାଇବା ଯୋଗୁ ଏହା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହେବ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏଶନକୁ ଏ ସମ୍ପର୍କରେ ପତ୍ର ଲେଖି ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.