ସଇଁତଲାରେ ବ୍ୟାପୁଛି ଆଖିଧରା ରୋଗ, ସଚେତନ କରୁନାହାନ୍ତି ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସାରା ରାଜ୍ୟରେ ବର୍ତ୍ତମାନ ଆଖିଧରା ରୋଗ ପାଇଁ ଆତଙ୍କ ଖେଳିଯାଇଛି। ଏହା ଡିଆଁ ରୋଗ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସଚେତନ ଅଭାବ ଯୋଗୁଁ ଜନସାଧାରଣ ତଥା ଶିକ୍ଷାନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଛୋଟ ଛୁଆ ମାନେ ମଧ୍ୟ ବାଦ ପାଇ ପାରୁନାହାନ୍ତି। ଅନ୍ୟପଟେ ଆଖି ଧରାରୋଗ ପାଇଁ ଡାକ୍ତରଖାନାରେ ଚକ୍ଷୁ ବିଶେଷଜ୍ଞ ନ ଥିବା ଯୋଗୁଁ ଲୋକେ ହଇରାଣ ହରକତ ହେବାକୁ ପଡୁଛି। ଏହି ରୋଗ ବ୍ୟାପୁଥିବାରୁ ଲୋକେ ବିନା ପରାମର୍ଶରେ ନିଜ ଅଂଚଳରେ ଥିବା ଔଷଧ ଦୋକାନରୁ ଆଖି ପାଇଁ ଉଦିଷ୍ଟ ଡ୍ରପ କିମ୍ବା ଔଷଧ କିଣୁଥିବା ଦେଖାଦେଇଛି। ଯାହା ଫଳରେ ଆଖିଧରା ରୋଗ ନ ହୋଇ କୌଣସି ଆଖି ରୋଗ ହୋଇଥିଲେ ଆଖି ନଷ୍ଟ ହେବାର ସମ୍ଭାବନା ଦେଖାଦେଇପାରେ। ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଆଖିଧରା ରୋଗ ଡିଆଁ ରୋଗ ହୋଇଥିବା ବେଳେ ସାଧାରଣତଃ ଆଖି ଲାଲ ହେବା ସହ ୪/୫ ଦିନ ମଧ୍ୟରେ ଛାଡିଥାଏ। କୌଣସି ଆଖି ଡ୍ରପ ନ ପକେଇଲେ ମଧ୍ୟ ଠିକ ହେବ। ବେଶି ଦିନ ଆଖି ଲାଲ ରହିଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ ବ୍ୟବହାର କରିପାରିବେ। ଏପଟେ ସଇଁତଲା ଅଞ୍ଚଳରେ ଆଖିଧରା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଉଦବେଗର କାରଣ ହୋଇଛି। ଏଣୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସଚେତନ କରିବା ସହ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ପାଇଁ ଅଞ୍ଚଳର ଜନସାଧାରଣ ତରଫରୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.