ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧିନସ୍ଥ ଆଦିବାସୀ ଅଧ୍ୟୁସିତ ତଥା ଦୁର୍ଗମ ପାହାଡ଼ିଆ ମାଓପ୍ରବଣ ଅଞ୍ଚଳ ସିକେରକୁପା ଫାଣ୍ଡି ଅନ୍ତର୍ଗତ ବାଲାପଦର ଗାଁ ଠାରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶରେ ଆଜି ପୋଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରଜେଣ୍ଟ ଖଗେଶ୍ବର ବିଶ୍ବାଲ, କର୍ମଦ୍ଧା ପଞ୍ଚାୟତ ପୁର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ବୁଦ୍ଧିଆ, ଲାଞ୍ଜିଗଡ଼ ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପିଇଡବ୍ଲୁ ମିଡ଼ିଆ ଏସୋସିଏନ ଲାଞ୍ଜିଗଡ଼ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ଏଏସଆଇ ଗଜାନନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ। ଏହି ଶିବିରରେ କୁନି କୁନି କଳାକାର ମାନଙ୍କୁ ନେଇ ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥିଲା। ଏଥିରେ ମିମିକ୍ରି କଳାକାର ଲୋଚନ ମାଝୀ ଶଙ୍ଖ, ଘୁମୁରା ଓ ବିଭିନ୍ନ ପଶୁ, ପକ୍ଷୀଙ୍କ ସ୍ବରକୁ ନିଜ ପାଟିରେ ପରିବେଷଣ କରିଥିଲେ। ଏହି ଜନସଂପର୍କ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେର ସମସ୍ତଙ୍କୁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୃଦ୍ଧ ବୃଦ୍ଧା ଓ ସାଧାରଣ ଜନତା ମାନଙ୍କୁ କମ୍ବଳ, ଛତା, ଟର୍ଚଲାଇଟ, ମାଇକସେଟ, ବାଦ୍ୟ ଯନ୍ତ୍ର ଏବଂ ଛାତ୍ରଛାତ୍ରୀମାନଙ୍କୁ ଖାତା, କଳମ, ପେନ୍ସିଲ୍, କମ୍ପାସ, ପାଣି ବୋତଲ ଆଦି ପ୍ରଦାନ କରାଯାଇଥିଲା। ହାବିଲଦାର୍ ଜତିନ ପ୍ରଧାନ, କନେଷ୍ଟବଲ ଦ୍ରୋଣ କୁମାର, ସୁବ୍ରତ ପାଣିଗ୍ରାହୀ, ଦିଲିପ ସୁନାନୀ, ସିକେରକୁପା ଫାଣ୍ଡି କନେଷ୍ଟବଳ ଗୋକୁଳ ସାହୁ, ବିଶ୍ଵନାଥ ମହଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।