ଆର୍ଟକୁ ନେଇ ଉଜ୍ୱଳ ଭବିଷ୍ୟତ ଗଢିବାର ସ୍ୱପ୍ନ

ରାୟଗଡା ସହରର ସୈାନ୍ଦର୍ଯ୍ୟ ବଢାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ବ୍ଳକ କଲୋନୀ କାନ୍ଥରେ ଶୋଭା ପାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର । ଏହି ଭଳି ଚିତ୍ରଗୁଡିକ ସହରର ବିଭିନ୍ନ ସ୍ଥାନରେ ଆଙ୍କି ସହରର ସୈାନ୍ଦଯ୍ୟ ବଢାଇବା ସହ ଯୁବ ପିଢୀ ଆର୍ଟ ଭଳି କ୍ଷେତ୍ରରେ ମଧ୍ୟ ନିଜର ସୁନ୍ଦର ଭବିଷ୍ୟତ ଗଢି ପାରିବେ ବୋଲି କହିଛନ୍ତି ଯୁବ ଚିତ୍ରଶିଳ୍ପୀ ଏମ.ଜନାର୍ଦ୍ଦନ ଆଚାରୀ । ରାୟଗଡା ଜିଲ୍ଳା ସଦର ବ୍ଳକ କୁଲି ଗ୍ରାମର ଏମ.ଗଙ୍ଗାଧର ଆଚାରୀ ଓ ଏମ.କଳାବତୀଙ୍କ ସାନ ପୁଅ ହେଉଛନ୍ତି ଜନାର୍ଦ୍ଦନ ଆଚାରୀ ଓରଫ ଜେଡି । ବାପା ଗଙ୍ଗାଧର ମଧ୍ୟ ଜଣେ ଚିତ୍ରକର ହୋଇଥିବା ବେଳେ ବାପାଙ୍କ ଠାରୁ ପ୍ରେରଣା ପାଇ ଚିତ୍ରକଳା କ୍ଷେତ୍ରରେ ପାଠ୍ୟକ୍ରମ ଶେଷ କରି ଏବେ ରାୟଗଡା ସହରରେ ଜେଡି ଭିଜୁଆଲ୍ ଆର୍ଟ ଏକାଡେମୀ ନାମରେ ଏକ କେନ୍ଦ୍ର ଖୋଲି ଅନେକ ପିଲାଙ୍କୁ ପେଂଟିଙ୍ଗ,ଡ୍ରଇିଂ,ସ୍କେଚିଂ,କ୍ରାଫ୍ଟ ଆର୍ଟ ଭଳି ତାଲିମ ପ୍ରଦାନ କରୁଛନ୍ତି । ଗତ ବିଷୁବ ପଣା ସଂକ୍ରାନ୍ତିରେ ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବିଲିଉଡ୍ ଓ ଓଲିଉଡ୍ ଗାୟକ ରିତୁରାଜ ମହାନ୍ତିଙ୍କୁ ତାଙ୍କର ଏକ ଚାରକୋଲ୍ ପ୍ରୋଟ୍ରେଇଟ୍ ଫୋଟଚିତ୍ର ପ୍ରଦାନ କରିଥିଲେ ଜନାର୍ଦ୍ଦନ । ପିଲାଟୁ ଦିନରୁ ଚିତ୍ରକଳା ପ୍ରତି ରୁଚି ରଖିଥିବା ଜନାର୍ଦ୍ଦନ ଏବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି । କାନ୍ଥରେ ହେଉ କି ବୋର୍ଡରେ ହେଉ ଜନାର୍ଦ୍ଦନଙ୍କ ତୁଳିରେ ଜୀବନ୍ତ ହୋଇ ଉଠୁଛି ଯେମତି ସମସ୍ତ ଚିତ୍ର । ରାୟଗଡା ରେଳବାଇ ଷ୍ଟେସନ ହେଉ କିମ୍ବା ସହରର ବ୍ଳକ କଲୋନୀ ତଥା ଅନ୍ୟ ସ୍ଥାନଗୁଡିକରେ ବିଭିନ୍ନ ସୁନ୍ଦର ରଙ୍ଗବେରଙ୍ଗ ଚିତ୍ର ଆଙ୍କି ସହରର ସୈାନ୍ଦର୍ଯ୍ୟ ବଢାଇଛନ୍ତି ଜନାର୍ଦ୍ଦନ । ଏପରିିକି ବ୍ଳକ କଲୋନୀ କାନ୍ଥରେ ଆଙ୍କିଥିବା ୩ଡି ଢଙ୍ଗର ଚିତ୍ର ପଥଚାରୀଙ୍କୁ ଆକୃଷ୍ଣ କରୁଥିବା ବେଳେ ନିଜ ଖର୍ଚ୍ଚରେ ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଆଙ୍କୁଥିବା ଜନାର୍ଦ୍ଦନ ପ୍ରକାଶ କରିଛନ୍ତି । ୨୦୧୭ ମସିହାରେ କୋରାପୁଟ ଜିଲ୍ଳା ଜୟପୁର ସ୍ଥିତ ବିକ୍ରମଦେବ ଆର୍ଟ କଲେଜରେ ବୈଷୟିକ ଶିକ୍ଷା ଲାଭ କରିଥିବା ବେଳେ ୨୦୨୧ ମସିହାରେ ଖଲ୍ଳିକୋଟ ଆର୍ଟ କଲେଜରେ ଡିଗ୍ରୀ ଶେଷ କରିବା ପରେ ଦକ୍ଷିଣ ଭାରତର ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଆସିଷ୍ଟାଂଟ ଡାଇରେକ୍ଟର ଭାବେ କାମ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.