ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶ ପାଳନ କରୁଛି ୭୭ତମ ସ୍ବାଧୀନତା ଦିବସ। ନେଇ ସାରା ଦେଶରେ ଦେଖାଦେଇଛି ଉତ୍ସବର ମାହୋଲ। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶକୁ ଉଦବୋଧନ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏନେଇ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଯାଇଛି। ନର୍ଲା ବ୍ଲକ ରାକ୍ସି ପଞ୍ଚାୟତରେ ଏନେଇ ଭବ୍ୟ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି। ରାକ୍ସି ସରପଞ୍ଚ ଯେମନ୍ତ ପୋଢ ପତାକା ଉତ୍ତୋଳନ କରିଛନ୍ତି। ଏଥିରେ ପଞ୍ଚାୟତର ନାଏବ ସରପଞ୍ଚ କୁନ୍ତି ମାଝୀ, ଓ୍ବାର୍ଡ ସଭ୍ୟ/ସଭ୍ୟା, ପିଇଓ ସେନାପତି ମଙ୍ଗରାଜ, ଜିଆରଏସ ଲକ୍ଷ୍ମୀ କାନ୍ତ ମାଝୀ, ଯୋଗାଣ ସହାୟକ ଚୈତନ୍ୟ ସାହୁ, ସେବକ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଅମୃତ ସରୋବର କାର୍ଯ୍ୟକ୍ରମ, ଆଜାଦିକା ଅମୃତ ମହୋତ୍ସବ ଅବସରରେ ବୃକ୍ଷରୋପଣ, ଗୃହ ପ୍ରବେଶ, ଗ୍ରାମସଭା, ମୋ ଦେଶ ମୋ ମାଟି ପରି ଅନେକ କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ସରପଞ୍ଚ ଯେମନ୍ତ ପୋଢ।






