ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାଧାରଣ ପଡିଆରେ ଆୟୋଜିତ ୭୭ତମ ରାଜ୍ୟସ୍କରୀୟ ସ୍ଵାଧୀନତା ସମାରୋହରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନୀ ସାହୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମାରୋହରେ ବିଡ଼ିଓ ସୁଶ୍ରୀ ସୂଚରିତା ମୁଗ୍ରୀ, ତହସିଲଦାର ମିଳନ କୁମାର ଝାଙ୍କର, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କ ସମେଊ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କର୍ଲାମୁଣ୍ଡା ବ୍ଲକରେ ବ୍ଲକ ଅଧ୍ୟକ୍ଷା କୁନୀ ସାହୁ ପତାକା ଉତ୍ତୋଳନ କରିଥିବାବେଳେ, ଫାଣ୍ଡି ଅଧିକାରୀ ବଂଶିଧର ସାମଲ, ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନଚାର୍ଯ୍ୟ ଶାନ୍ତନୁ ମିଶ୍ର ଉପସ୍ଥିତ ଥିଲେ। ସେହିପରି କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିଇଓ ସୁଶ୍ରୀ ଵିଜୟାଲକ୍ଷ୍ମୀ ନାଗ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମିଳନ କୁମାର ଝାଙ୍କର, କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡଃ ଆଶିଷ ଧରୁଆ, ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଜି ଗିରିଜା ଗୁଡାଲା ପତାକା ଉତ୍ତୋଳନ କରିଥିଲେ। ସାଧାରଣ ପ୍ୟାରେଡ ପଡିଆ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢି ମଞ୍ଚ ପରିଚାଳନା କରିଥିବା ବେଳେ ପୁରସ୍କାର ବିତରଣ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ରିଟନ୍ ନାଗ ।